ସଲମାନ ଖାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ୨୫ବର୍ଷ ବୟସ୍କା ଅଭିନେତ୍ରୀ : ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | October 26, 2019 IST

ମୁମ୍ବାଇ ୨୬/୧୦: ଅବିବାହିତ ଅଭିନେତାଙ୍କ ନାଁ ଆସିଲେ ସବୁଠୁ ଆଗେ ସଲମାନ ଖାନଙ୍କ ନାଁ ପାଟିରୁ ବାହାରିଥାଏ। ସଲମାନ ଖାନ୍ ୫୩ ବର୍ଷ ବୟସରେ ମଧ୍ୟ ଏବେ ଯାଏଁ ଅବିବାହିତ ଅଛନ୍ତି। ସଲମାନ ଖାନ୍ ନିଜ କ୍ୟାରିୟର ମଧ୍ୟରେ ଅନେକ ଗୁଡ଼ିଏ ସୁପରହିଟ୍ ଫିଲ୍ମ ବଲିଉଡକୁ ଦେଇଛନ୍ତି। ସଲମାନ ଖାନ୍ ଭାରତର ସବୁଠୁ ଜଣାଶୁଣା ଏବଂ ହ୍ୟାଣ୍ଡସମ୍ ଅଭିନେତା ମଧ୍ୟରୁ ଜଣେ। ସେ ଏବେ ଯାଏଁ ବିବାହ କରିନାହାନ୍ତି। କିନ୍ତୁ ଆଜି ଆମେ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ସଲମାନ ଖାନଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ

{"id":174941,"width":584,"height":438}

ଏହି ୨୫ବର୍ଷ ବୟସ୍କା ଅଭିନେତ୍ରୀ ହେଉଛନ୍ତି ଉର୍ବଶୀ ରୌତେଲା। ଉର୍ବଶୀ ରୌତେଲା ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଉର୍ବଶୀ ରୌତେଲା ଅନେକଗୁଡ଼ିଏ ବଲିଉଡ ଫିଲ୍ମରେ ନିଜ ଜଲଓ୍ବା ଦେଖାଇ ସାରିଛନ୍ତି। ଉର୍ବଶୀ ରୌତେଲା ତାଙ୍କ ସହ ଅଭିନୟ କରିବାକୁ ବହୁତ ଉତ୍ସୁକ ଅଛନ୍ତି।

{"id":174942}

ଉର୍ବଶୀ ରୌତେଲାଙ୍କୁ ଏକ ଆଓ୍ବାର୍ଡ଼ ସମାରୋହରେ ପଚରାଯାଇଥିଲା ଯେ ବିବାହ ବିଷୟରେ ତାଙ୍କର ମତାମତ କ’ଣ? ତା’ପରେ କହିଥିଲେ ଯେ ଯଦି ସଲମାନ ଖାନ୍ ଚାହିଁବେ ତେବେ ସେ ତାଙ୍କୁ ବିବାହ କରିବେ।

{"id":174943}

ଉର୍ବଶୀ ଏପରି ବୟାନ୍ ଅନେକ ଥର ଦେଇ ସାରିଛନ୍ତି। ସଲମାନ ଖାନ୍ କିନ୍ତୁ ଏ ବାବଦରେ କିଛି କହିନାହାନ୍ତି।

{"id":174944}

ଉର୍ବଶୀ ରୌତେଲା ୧୯୯୪ମସିହା ଫେବୃୟାରୀ ୨୫ତାରିଖରେ ଜନ୍ମ ହୋଇଥିଲେ। ବର୍ତ୍ତମାନ ତାଙ୍କୁ ୨୫ବର୍ଷ। ଉର୍ବଶୀ ତାଙ୍କ କ୍ୟାରିୟର ଅନିଲ ଶର୍ମାଙ୍କ ଆକ୍ସନ ରୋମାନ୍ସ ଫିଲ୍ମ ‘ସିଂହ ସାବ ଦ ଗ୍ରେଟ୍’ରୁ ଆରମ୍ଭ କରିଥିଲେ। ଉର୍ବଶୀ ରୌତେଲା ୨୦୧୨ମସିହାରେ ଆଇଏମସି ମିସ୍ ଇଣ୍ଡିଆ ବିଜେତା ମଧ୍ୟ ହୋଇଥିଲେ। ୨୦୧୬ମସିହାରେ ସେ ‘ସନମ ରେ’ ଫିଲ୍ମରେ ମଧ୍ୟ ନଜର ଆସିଥିଲେ।

{"id":174945}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.