ମାତ୍ର ଏତିକି ଟଙ୍କାରେ ମିଳୁଛି ସଞ୍ଜିବନୀ ବୁଟିର ଜୁସ୍ : ସଂକ୍ରମଣଠୁ ଆରମ୍ଭ କରି କ୍ୟାନସର ପାଇଁ ଲାଭଦାୟକ

Published By : Prameya-News7 Bureau | November 27, 2019 IST

ହିମାଳୟ ପର୍ବତରେ ଦେଖା ଯାଉଥିବା ସଞ୍ଜିବନୀ ବୁଟିର ସ୍ବାଦ ଏବେ ଆପଣ ମଧ୍ୟ ଜୁସ୍ କରି ଚାଖି ପାରିବେ। ସଞ୍ଜିବନୀ ବୁଟିର ୨୦୦ମିଲିର ଜୁସ୍ କେବଳ ୨୫ଟଙ୍କାରେ ମିଳିବ। କାନପୁର ଆଇଆଇଟିର ଷ୍ଟାର୍ଟଅପ୍ ମେଡିଟେଷ୍ଟି ଦୀର୍ଘ ଦିନର ଗବେଷଣା ପରେ ଏହା ଆରମ୍ଭ କରିଛି।

ଏହି ଜୁସ୍ ପୂରାପୂରି ହାଇଜେନିକ୍ ଏବଂ ନ୍ୟୁଟ୍ରିସନରେ ଭରପୂର। ଏଥିରେ କୌଣସି ଧରଣର କେମିକାଲ ବ୍ୟବହାର କରାଯାଇନାହିଁ। ଏହା ସହିତ ଏହା ସଂକ୍ରମଣଠୁ ଆରମ୍ଭ କରି କ୍ୟାନସର ରୋଗ ପାଇଁ ମଧ୍ୟ ଲାଭଦାୟକ ଅଟେ।

କାନପୁର ଆଇଆଇଟିର ଷ୍ଟାର୍ଟଅପ୍ ମେଡିଟେଷ୍ଟି ଡ. ସୋମେଶ କୁମାରଙ୍କର। ମୂଳତଃ ନୈନିତାଲରେ ରହୁଥିବା ସୋମେଶ ଅହମଦାବାଦ, ଆଇଆଇଏମରୁ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଭାରତୀୟ ମସଲାର ଚିକିତ୍ସା କ୍ଷେତ୍ରରେ ଉପଯୋଗ ବିଷୟରେ ପିଏଚଡି କରିଛନ୍ତି। ଡ.ସୋମେଶ କହିଛନ୍ତି ଯେ ୨ବର୍ଷ ତଳେ ତାଙ୍କର ଦୁର୍ଘଟଣା ହୋଇଯାଇଥିଲା। ସେ ଏଥିରେ ଗୁରୁତର ହୋଇଥିଲେ।

ଚିକିତ୍ସା ସମୟରେ ସେ ଘରେ ଆରାମ କରୁଥିଲେ। ଡାକ୍ତର ତାଙ୍କୁ ଜୁସ୍ ସେବନ କରିବାକୁ କହିଥିଲେ। ଜୁସରେ କେମିକାଲ ଉତ୍ପାଦ ବ୍ୟବହାର କରାଯାଇଥାଏ ଯାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ସେତେବେଳେ ସେ ଚିନ୍ତା କରିଥିଲେ ଯେ କିପରି କେମିକାଲ ଉତ୍ପାଦର ବ୍ୟବହାର ନକରି ପ୍ରାକୃତିକ ଉପାୟରେ ଜୁସ୍ ପ୍ରସ୍ତୁତ କରାଯାଇପାରିବ।

ଆଇଆଇଟିରେ ଷ୍ଟାର୍ଟଅପର ଆୟୋଜନରେ ସେ ତାଙ୍କ କୌଶଳର ପ୍ରୟୋଗ କରିଥିଲେ। ସମସ୍ତଙ୍କୁ ଏହା ଖୁବ୍ ପସନ୍ଦ ଆସିଥିଲା। ଆଇଆଇଟି ଏବଂ ୟୁପି ସାହାଯ୍ୟରେ ସେ ଏହି କୌଶଳକୁ ବାସ୍ତବରେ ବଦଳାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ପ୍ରକାରର ଜୁସ୍ ବଜାରରେ ପ୍ରବେଶ କଲାଣି। କୌଣସି ବୋତଲ ଜୁସରେ କେମିକାଲ ଉତ୍ପାଦର ପ୍ରୟୋଗ କରାଯାଇନାହିଁ।

ଡ.ସୋମେଶଙ୍କ କହିବା ଅନୁସାରେ ସଞ୍ଜିବନୀ ବୁଟି ଦ୍ରୋଣାଗିରି ପର୍ବତଠୁ ଆରମ୍ଭ କରି ମଙ୍ଗୋଲିଆରେ ମିଳିଥାଏ। ଟ୍ରାୟଲ ସମୟରେ ଲେହ-ଲଦାଖରୁ ସଞ୍ଜିବନୀ ବୁଟି ମଗା ଯାଉଥିଲା। ଏବେ ଏହି ବୁଟି ମଙ୍ଗୋଲିଆରୁ ମଗାଯାଉଛି। ସେଠାରେ ପରିବେଶ ଖୁବ୍ ଶୁଦ୍ଧ।

ତାଙ୍କ କହିବା ଅନୁସାରେ କ୍ଲିନିକାଲ୍ ଟ୍ରାୟଲରେ ସଞ୍ଜିବନୀ ବୁଟିର ଜୁସର ଫାଇଦା ସାମାନ୍ୟ ସଂକ୍ରମଣଠୁ ଆରମ୍ଭ କରି କ୍ୟାନସର ଯାଏଁ ମିଳିଛି। ଏହା ନିୟମିତଭାବେ ବ୍ୟବହାର କଲେ ଅଧିକାଂଶ ରୋଗରୁ ମୁକ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.