Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଟାଇଗର ଶ୍ରଫଙ୍କ ଉପରେ ଫିଦା ହୋଇଛନ୍ତି ଏହି ୨୦ ବର୍ଷର ବଲିଉଡ ଅଭିନେତ୍ରୀ

29/09/2019 at 12:02 PM

ମୁମ୍ବାଇ୨୯|୯: ବଲିଉଡ ଅଭିନେତା ଟାଇଗର ଶ୍ରଫ ନିଜ ଆକ୍ସନ ଫିଲ୍ମ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ପ୍ରଥମେ ଦର୍ଶକଙ୍କ ମଧ୍ୟରେ ଟାଇଗରଙ୍କ କ୍ରେଜ୍‌ ଦେଖିବାକୁ ମିଳିନଥିଲା। ହେଲେ ଏବେ ସେ ନିଜ ଡାନ୍ସ, ଅଭିନୟ ଓ ଆକ୍ସନ ଫିଲ୍ମ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।

ତେବେ ଟାଇଗରଙ୍କୁ ବଲିଉଡର ଜଣେ ଅଭିନେତ୍ରୀ ବହୁତ ପସନ୍ଦ କରନ୍ତି। ତେବେ ୨୦ ବର୍ଷର ଏହି ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ଅନନ୍ୟା ପାଣ୍ଡେ। ଅନନ୍ୟା ଟାଇଗର ଶ୍ରଫଙ୍କୁ ବହୁତ ପସନ୍ଦ କରନ୍ତି।ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ ଫିଲ୍ମରେ ଅଭିନୟ କରି ଅନନ୍ୟା ବଲିଉଡରେ ପାଦ ଦେଇଥିଲେ। ଏହି ଫିଲ୍ମ ପରେ ତାଙ୍କୁ ଅନେକ ଫିଲ୍ମରୁ ଅଫର ଦିଆଯାଉଛି।  

ଏକ ସାକ୍ଷାତକାରରେ ଅନନ୍ୟାଙ୍କୁ ପଚାରାଯାଇଥିଲା ଯେ, ତାଙ୍କ ଫେଭରାଇଟ୍‌ ଅଭିନେତା କିଏ। ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଅନନ୍ୟା ଜମା ଡେରି କରିନଥିଲେ। ସେ ତୁରନ୍ତ କହିଥିଲେ ଯେ, ସେ ଟାଇଗରଙ୍କୁ ବହୁତ ପସନ୍ଦ କରନ୍ତି। ଭବିଶ୍ୟତରେ ଅନନ୍ୟା ଟାଇଗର ଶ୍ରଫଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ବୋଲି ସେ କହିଥିଲେ। ମାତ୍ର ୨୦ ବର୍ଷ ବୟସରେ ଅଭିନୟ କରି ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।   

   Related Posts