Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ରାଜସ୍ବ ବିଭାଗର ନିର୍ଦ୍ଦେଶନାମା: ରାଜ୍ୟରେ ଖୋଲା ହେବ ୧୩ଟି ବିଭାଗ, ଅତ୍ୟାବଶ୍ୟକୀୟ ସେବା

13/04/2020 at 2:25 PM

ଭୁବନେଶ୍ବର୧୩/୪: କୋହଳ ହେଲା କରୋନା କଟକଣା। ରାଜସ୍ବ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଖୋଲା ରହିବ ଓଡ଼ିଶାର ୧୩ ବିଭାଗ। .ଏଗୁଡିକ ମଧ୍ୟର କୃଷି, ଉଦ୍ୟାନ କୃଷି, ଫଳଫୁଲ ଚାଷ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସହ କୃଷି ଉତ୍ପାଦନର ସଂଗ୍ରହ ବା ଅଧିଗ୍ରହଣ, ବ୍ୟବସାୟିକ କାରବାର, ପାଇକାରୀ ଏବଂ ଖୁଚୁର କାରବାର ଜାରି ରହିବ। ଏହସହ ରାଜ୍ୟରେ ଗ୍ରାମାଞ୍ଚଳରେ ମଜୁରି ନିଯୁକ୍ତ ପାଇଁ ଶ୍ରମ କାର୍ଯ୍ୟ ଜାରି ରହିବ। ଆସନ୍ତା ୧୫ ତାରିଖଠାରୁ ଏହା ଜାରି ରହିବ ତେବେ ଏହି କାରବାର ତଥା କାର୍ଯ୍ୟକ୍ରମରୁ ବାଦ ଦିଆଯିବ। ଅର୍ଥାତ ସେସବୁ ଅଞ୍ଚଳରେ ପୂର୍ବଭଳି କଟକଣା ଜାରି ରହିବ।

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି। ଏହି ଅନୁଯାୟୀ ସ୍ବାସ୍ଥ୍ୟ କ୍ଷେତ୍ରରେ ମାନ୍ୟୁଫାକ୍‌ଚରିଂ ଶିଳ୍ପ ବା କାରଖାନା ଖୋଲା ରହିବ।  ଓମ୍‌ଫେଡ୍, ଓପୋଲଫେଡ୍‌, ଚିଲିକା ଫ୍ରେସ୍‌ ଆଦି ଖୋଲା ରହିବ। ସେହିପରି ଫୁଡ୍‌ ଓ ଗ୍ରସରୀ ରିଟେଲ୍ ବା ବିିଭିନ୍ନ ଖାଦ୍ୟ ସାମଗ୍ରୀ ଓ ତେଜରାତି ଦୋକାନ ଖୋଲା ରହିବ। ରାଜ୍ୟବାସୀଙ୍କ ସୁବିଧାକୁ ନଜର ରଖି ହୋମ୍‌ ଡେଲିଭରି କରୁଥିବା ସଂସ୍ଥାଗୁଡିକର କାରବାର ଚାଲୁ ରହିବ। ସେହିପରି ବେସରକାରୀ ସିକ୍ୟୁରିଟି ସଂସ୍ଥାମାନେ ନିଜର କାର୍ଯ୍ୟ କରି ପାରିବେ। ଏହାସହ ଶିଳ୍ପ କ୍ଷେତ୍ରରେ କୋଲ, ପାଓ୍ବାର, ଷ୍ଟିଲ ଓ ସାର କାରଖାନା ପୂର୍ବଭଳି କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଖଣି କାର୍ଯ୍ୟ ମଧ୍ୟ ଚାଲୁ ରହିବ ବୋଲି ରାଜସ୍ବ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ଔଷଧ ଓ ମେଡିକାଲ ସାମଗ୍ରୀ ପ୍ରସ୍ତୁତ କମ୍ପାନୀ ଚାଲୁ ରହିବ।

   Related Posts