Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ହେବ ତୃତୀୟ ବିଶ୍ୱଯୁଦ୍ଧ ! ମାସେ ଭିତରେ ଆରମ୍ଭ ହୋଇଯିବ ଘମାଘୋଟ ଲଢେଇ, ଋଷ ସେନା ବିଶେଷଜ୍ଞଙ୍କ ଚେତାବନୀ ପରେ ବଢିଲା ଭୟ ଆଶଙ୍କା

6/04/2021 at 3:41 PM

ନୂଆଦିଲ୍ଲୀ, ୦୬/୦୪ :   କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଏହାମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ଘନେଇବାରେ ଲାଗିଛି । ଋଷର ସୈନ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆସନ୍ତା ୪ ସପ୍ତାହ ମଧ୍ୟରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ସାକ୍ଷୀ ରହିବ । ଯଦି କରୋନା ସଙ୍କଟ ମଧ୍ୟରେ ବିଶ୍ୱଯୁଦ୍ଧ ହୁଏ ତେବେ ଏହାର ପରିଣାମ କଣ ହେବ ତାକୁ ନେଇ ଭୟର ବାତାବରଣ ଖେଳିଯାଇଛି ।

ଋଷ-ୟୁକ୍ରେନ ସୀମା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ । ସୈନ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସ୍ଥିତି ସୁଧୁରିବ ନାହିଁ ତେବେ ଗୋଟିଏ ମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ । ଋଷ ଉତ୍ତେଜନା ବଢୁଥିବାରୁ ସୀମାକୁ ନିଜର ୪୦୦୦ ସୈନ୍ୟଙ୍କୁ ପଠାଇଛି । ଏହାପରେ ୟୁରୋପ ହାଇଆଲର୍ଟରେ ଆସିଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଋଷ ବିଶେଷଜ୍ଞ ପାଓ୍ୱେଲ୍ ଫେଲଗେନହର୍ କହିଛନ୍ତି ଯେ, ଏବେ ପରିସ୍ଥିତି ଅଶାନ୍ତ ରହିଛି । ଏହାକୁ ଦେଖିବା ପରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଅନୁମାନ ଲଗାଯାଉଛି । ବିପଦ ବଢୁଛି । ଗଣମାଧ୍ୟମରେ ଏନେଇ ବେଶି ଆଲୋଚନା ନହେଉଥିଲେ ମଧ୍ୟ ଅନେକ ଖରାପ ସଙ୍କେତ ସାମ୍ନାକୁ ଆସୁଛି ।  ଯଦି ଯୁଦ୍ଧ ହୁଏ ଏହା କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ରହିବ ନାହିଁ । ଏଥିରେ ୟୁରୋପୀୟ ସଙ୍ଘ ଭାଗନେବ । ଫେଲଗେନହରଙ୍କ ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟ୍ୟାଙ୍କ ଓ ଯୁଦ୍ଧ ସରଞ୍ଜାମ ସହ ୪୦୦୦ ଯବାନଙ୍କୁ ସୀମା ନିକଟରୁ ପଠାଇଛନ୍ତି ।

ଗତ ସପ୍ତାହରେ ୟୁକ୍ରେନର କମାଣ୍ଡର ଇନ୍ ଚିଫ୍ ଋ,ଲାନ୍ ଖୋମଚ୍ କହିଥିଲେ ଯେ, ଋଷ ସଙ୍ଘ ଦେଶ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି । ଋଷ ୨୫ ଟାକ୍ଟିକ୍ ଗ୍ରୁପକୁ ସୀମାରେ ନିୟୋଜିତ କରିଛି । ତେବେ ସେନା ମୁଭମେଣ୍ଟକୁ ନେଇ କେହି ଭୟ କରିବା ଆବଶ୍ୟକ ନୁହେଁ ବୋଲି ଋଷ ସଫେଇ ଦେଇଛି ।

ଏହି କାରଣରୁ ହୋଇପାରେ ବିଶ୍ୱଯୁଦ୍ଧ

ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ବିଶ୍ୱଯୁଦ୍ଧରେ ରୂପାନ୍ତରିତ ହେବା ନେଇ ଅନେକ କାରଣ ରହିଛି । ୟୁକ୍ରେନ ଆମେରିକାର ନିକଟତର ଥିବା ବେଳେ ବାଇଡେନ-ପୁଟିନ୍ ଶତ୍ରୁତା  ଆମେରିକା ଏବଂ ଋଷ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଛି । ୟୁକ୍ରେନକୁ ଆମେରିକାର ସହଯୋଗ ମିଳିବ । ଋଷକୁ ଚୀନର ସହଯୋଗ ମିଳିପାରେ । ନିକଟରେ ଆମେରିକାରୁ ଅସ୍ତ୍ରଶସ୍ତ୍ରରେ ଭର୍ତ୍ତି ଏକ ପଣ୍ୟବାହୀ ବିରାଟ ଜାହାଜ ୟୁକ୍ରେନରେ ପହଁଚିଥିଲା । ଯାହାକୁ ଋଷ ପ୍ରବଳ ବିରୋଧ କରିଥିଲା ।

   Related Posts