ତୃତୀୟ ବିଶ୍ୱଯୁଦ୍ଧର ଏହା ସଙ୍କେତ ନୁହେଁ ତ ? ଆମରିକା ସ୍ୱାସ୍ଥ୍ୟ ସଚିବଙ୍କ ଗସ୍ତ ବେଳେ ତାଇଓ୍ୱାନ ଆକାଶରେ ଅନୁପ୍ରବେଶ କଲା ଚୀନର ଯୁଦ୍ଧ ଜେଟ୍

Published By : Prameya-News7 Bureau | August 11, 2020 IST

ବେଜିଂ, ୧୧|୦୮: ଚୀନ ଲଗାତାର ଭାବେ ନିଜ ପଡୋଶୀଙ୍କୁ ଦୁର୍ବଳ ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରୁନାହିଁ । ସୋମବାର ଚୀନ ନିଜ ଶକ୍ତି ପ୍ରଦର୍ଶନ କରି ତାଇଓ୍ୱାନ ଆକଶ ସୀମା ଉଲଙ୍ଘନ କରିଥିଲା । ତାଇଓ୍ୱାନ ଆକାଶରେ ଚୀନ ବାୟୁସେନାର ଲଢୁଆ ବିମାନ ଗର୍ଜିଥିଲା । ତେବେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇଓ୍ୱାନ ଗସ୍ତ କରିବା ପରେ ଚୀନ ଏପରି କରିଥିବା ଜଣାପଡିଛି ।

ଚୀନ ଆମେରିକାର ସ୍ୱାସ୍ଥ୍ୟ ସଚିବ ଆଲେକ୍ସ ଆଜାରଙ୍କ ତାଇଓ୍ୱାନ ଗସ୍ତକୁ ବିରୋଧ କରିଛି । ଆଲେକ୍ସ ହେଉଛନ୍ତି ଗତ ୪୦ ବର୍ଷ ମଧ୍ୟରେ ତାଇପେ ଗସ୍ତ କରିଥିବା ଆମେରିକାର ପ୍ରଥମ ବରିଷ୍ଠ ଅଧିକାରୀ । କରୋନା ମୁକାବିଲା ପାଇଁ ଆମେରିକା ତାଇଓ୍ୱାନ ସହ ସମନ୍ୱୟ ରକ୍ଷା କରୁଛି । ତାଇଓ୍ୱାନ ମଧ୍ୟ ଚୀନର ପ୍ରଭୁତ୍ୱରୁ ଦୀର୍ଘଦିନ ହେବ ମୁକ୍ତି ପାଇବା ପାଇଁ ଚେଷ୍ଟା ଚଳାଇଛି ।

{"id":313264,"width":753,"height":501,"sizeSlug":"large"}

ତାଇଓ୍ୱାନର ବାୟୁସେନା କହିଛି ଯେ, ରାଷ୍ଟ୍ରପତି ସାଇ ଓ ଆଲେକ୍ସଙ୍କ ବୈଠକ ପୂର୍ବରୁ ଚୀନ ଲଢୁଆ ବିମାନ ସେନୟାଙ୍ଗ ଜେ-୧୧, ଚେଙ୍ଗଦୁ ଜେ ୧୦ ଜୋଙ୍କୁ ତାଇଓ୍ୱାନ ଆକାଶରେ ଉଡାଇଥିଲା । ଏହି ଲଢୁଆ ବିମାନ ତାଇଓ୍ୱାନର ଆକାଶ ମାର୍ଗ ଅତିକ୍ରମ କରିଥିଲେ । ଏପରି କରି ଚୀନ ଚେତାବନୀ ଦେବାକୁ ଚେଷ୍ଟା କରିଥିଲା ।

ତାଇଓ୍ୱାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚୀନ ଏପରି କରି ଆମେରିକା ଅଧିକାରୀଙ୍କୁ ଭୟଭୀତ କରିବାକ ଚେଷ୍ଟା କରିଥିଲା । ଏହି ସବୁ ଲଢୁଆ ବିମାନ ତାଇଓ୍ୱାନ ମିସାଇଲ ଟାର୍ଗେଟରେ ରହିଛନ୍ତି । ଟ୍ରମ୍ପ ପ୍ରଶାସନ ତାଇଓ୍ୱାନର ସ୍ୱାଧିନତାକୁ ନେଇ ପ୍ରୟାସ କରୁଛନ୍ତି । ଗୁରୁତ୍ୱ ମଧ୍ୟ ଦେଉଛନ୍ତି । ଚୀନ ପାଇଁ ତାଇଓ୍ୱାନକୁ ଡବ୍ଲ୍ୟୁଏଚଏରେ ସାମିଲ କରାଯାଉ ନାହିଁ । ଏହା ଆଇନର ଉଲଙ୍ଘନ । ଚୀନର କମ୍ୟୁନିଷ୍ଟ ଦଲ ତାଇଓ୍ୱାନ ବିରୋଧରେ ଷଡଯନ୍ତ୍ର ରଚୁଛି ।

ଆମେରିକା ସ୍ୱାସ୍ଥ୍ୟ ସଚିବ ଆଜାର ତାଇଓ୍ୱାନ ରାଷ୍ଟ୍ରପତି ସାଇଙ୍କୁ କହିଛନ୍ତି ଯେ, ଏହା ଅତି ଗୌରବର କଥା କି ସେ ତାଇଓ୍ୱାନ ସହ ଓ୍ୱାସିଂଟନର ସମ୍ପର୍କ ନିବିଡ ହୋଇଛି । ଆମେରିକା ତାଇଓ୍ୱାନର ଅର୍ଥନୀତି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ଦେବ । କରୋନା ମୁକାବିଲାରେ ମଧ୍ୟ ତାଇଓ୍ୱାନ ଭଲ କରୁଛି ।

ଏବେ ତାଇଓ୍ୱାନରେ ପଡୋଶୀ ଦେଶ ତୁଳନାରେ କରୋନା ମାମଲା କମ୍ ରହିଛି । ପ୍ରତିଦିନ ମାତ୍ର ୪୮୦ରୁ ୫୦୦ ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । କରୋନାକୁ ନେଇ ଆମେରିକା ଓ ଚୀନ ମୁହାଁମୁହିଁ ହେବା ପରେ ତାଇଓ୍ୱାନର ନିକଟତର ହେଉଛି ୟୁଏସ । ତେବେ ଚାଇନା ପାଇଁ ଏବେସୁଦ୍ଧା ତାଇଓ୍ୱାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଦସ୍ୟ ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.