ତୃତୀୟ ବିଶ୍ବଯୁଦ୍ଧ ଏବଂ କରୋନାର ଥାର୍ଡ ଓ୍ବେଭ୍‌କୁ ନେଇ ଭବିଷ୍ୟବାଣୀ, ପ୍ରଥମେ କୋଭିଡ-୧୯ ସମ୍ପର୍କରେ କହିଥିବା ମହିଳା କଲେ ଏମିତି ଦାବି

Published By : Prameya-News7 Bureau | June 27, 2021 IST

ଲଣ୍ଡନ ୨୭/୬: ଆପଣ ଭବିଷ୍ୟବାଣୀ ଉପରେ ବିଶ୍ବାସ କରନ୍ତି କି ? ଯଦି କରନ୍ତି ନାହିଁ ତେବେ ଏଥର କରିପାରନ୍ତି। କାରଣ ଏବେ ଭବିଷ୍ୟବାଣୀ କରିଥିବା ମହିଳା ପୂର୍ବରୁ କରୋନା ମହାମାରୀକୁ ନେଇ ଯାହା କହିଥିଲେ ଏବେ ତାହା ହିଁ ହେଉଛି । ପ୍ରକୃତରେ ମହିଳାଜଣଙ୍କ ତୃତୀୟ ବିଶ୍ବଯୁଦ୍ଧ ଏବଂ କରୋନାର ତୃତୀୟ ଲହର ଖୁବଶୀଘ୍ର ଆସୁଛି ବୋଲି ଭବିଷ୍ୟବାଣୀ କରିଛନ୍ତି ।

୨୦୧୮ରେ କୋଭିଡ୍‌-୧୯ ଆସୁଥିବା ନେଇ ତଥ୍ୟ ଦେଇଥିବା ରୋକ୍ସାନେ ଫର୍ନିଭାଲ୍‌ ପୁଣି ଥରେ ପୂର୍ବାନୁମାନ କରିଛନ୍ତି।  ସେ ଏବେ କରୋନାର ତୃତୀୟ ଲହର ଏବଂ ତୃତୀୟ ବିଶ୍ବଯୁଦ୍ଧକୁ ନେଇ କହିଛନ୍ତି। ଏହା ସହ ୨୦୨୨ ଏବଂ ୨୦୨୩ ରେ କୌଣସି ପ୍ରକାର ଛୁଟି  ମନାଇବାକୁ ଯୋଜନା ନକରିବାକୁ ସେ ଚେତେଇ ଦେଇଛନ୍ତି। ସେ କହିଛନ୍ତି, ‘୨୦୨୦ ଏବଂ ୨୩ର ଗ୍ରୀଷ୍ମ ଋତୁ ଯାଏଁ ମୁଁ କୌଣସି ପ୍ରକାର ଛୁଟି ପ୍ଲାନ୍‌ କରିବି ନାହିଁ।

ଏହା ସହ ସେ କହିଛନ୍ତି, ‘ମୁଁ ନିଶ୍ଚିତ ଭାବେ ଡିସେମ୍ବର ସୁଦ୍ଧା କୋଭିଡ୍‌ର ଆଉ ଏକ ଲହରକୁ ଦେଖିପାରୁଛି। ଭବିଷ୍ୟତରେ ଅନ୍ୟ ଏକ ଲକଡାଉନ୍‌ ଦେଖାଯାଉ ନାହିଁ। କିନ୍ତୁ କଟକଣା ଜାରି ରହିବା ଭଳି ଜଣାପଡ଼ୁଛି। ମୋତେ ଦେଖାଯାଉଛି ଅନେକ ପ୍ରକାର ଷଡ଼ଯନ୍ତ୍ର ଏବଂ ଅନ୍ୟାୟ ଭାବନା ଆସୁଛି। ମୁଁ ଭବିଷ୍ୟବାଣୀ କରୁଛି ଦଙ୍ଗା ହେବ ଏବଂ ବହୁ ନାଗରିକ ଅଶାନ୍ତ ହୋଇପଡ଼ିବେ।’

 ରୋକ୍ସାନେ ପ୍ରଥମ ଥର ଏହି ଭବିଷ୍ୟବାଣୀ କରିନାହାନ୍ତି ଏହା ପୂର୍ବରୁ ସେ ବହୁ ସଠିକ୍‌ ଅନୁମାନ କରିଛନ୍ତି। ସେଥିରେ ବହୁ ବଡ଼ ଘଟଣାବଳୀ ସାମିଲ ରହିଛି। ସେ ବୋରିସ୍‌ ଜନସନଙ୍କ ବିଜୟକୁ ନେଇ ନିର୍ଭୁଲ ପୂର୍ବାନୁମାନ ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.