Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଓମିକ୍ରନ୍‌ ଆତଙ୍କ ଭିତରେ ଏକ୍ସପର୍ଟଙ୍କ ଦାବି : ‘ଜାନୁଆରୀରେ ତୃତୀୟ ଲହର, କିନ୍ତୁ ଲକଡାଉନ୍‌ ଆବଶ୍ୟକ ପଡିନପାରେ’

5/12/2021 at 5:08 PM

ନୂଆଦିଲ୍ଲୀ ୦୫/୧୨ : କରୋନାର ନୂଆ ଭ୍ୟାରିଆଣ୍ଟ ଏବେ ସାରା ବିଶ୍ବକୁ ଆତଙ୍କିତ କରି ରଖିଛି । ଓମିକ୍ରନ୍‌ ଭ୍ୟାରିଆଣ୍ଟ ଏବେ ଗୋଟିଏ ଦେଶରୁ ଅନ୍ୟ ଦେଶଗୁଡିକୁ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଭାରତରେ ମଧ୍ୟ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ତେଣୁ ଏଥିରୁ ଜଣାପଡୁଛି ଯେ ଦେଶରେ ତୃତୀୟ ଲହର ଆସିବା ଆପାତତ୍‌ ଥୟ ।

ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୫ ଜଣ ଓମିକ୍ରନ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ବିଶେଷଜ୍ଞଙ୍କ କହିବା କଥା ଯେ, ଆସନ୍ତା ବର୍ଷ ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଦେଶରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ପିକ୍‌ରେ ରହିପାରେ । ଅର୍ଥାତ ଏହା ହେଲେ ଭାରତରେ କରୋନା ସଂକ୍ରମଣ ତୀବ୍ର ମାତ୍ରାରେ ବୃଦ୍ଧି ପାଇବ । IITର ବରିଷ୍ଠ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ତାଙ୍କର ନୂଆ ଅଧ୍ୟୟନରେ ଏହି ଦାବି କରିଛନ୍ତି ।

ବିଶ୍ବର ଅନେକ ବଡ ବଡ ବୈଜ୍ଞାନିକଙ୍କ ମତରେ ଆସନ୍ତା ଜାନୁଆରୀ ମାସ ଶେଷ ସୁଦ୍ଧା ଭାରତରେ କରୋନା ପୁଣି ଥରେ କାୟା ବିସ୍ତାର କରିବ । ଅବଶ୍ୟ ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ଏତେଟା ଘାତକ ହେବ ନାହିଁ ତଥାପି ଓମିକ୍ରନ୍ ଭ୍ୟାରିଆଣ୍ଟ ଯୋଗୁଁ ଏହା ବିପଦପୂର୍ଣ୍ଣ ହୋଇପାରେ । ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ନିଜ ଅଧ୍ୟୟନରୁ ଦାବି କରିଛନ୍ତି ଯେ, ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହର କମ ଘାତକ ହେବ । ନିଜ ଗାଣିତିକ ମଡେଲ ସୂତ୍ର ଆଧାରରେ ଏପରି ଦାବି କରିଛନ୍ତି ପ୍ରଫେସର ଅଗ୍ରଓ୍ବାଲ । ପୂର୍ବରୁ ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ହିଁ ନିଜ ଅଧ୍ୟୟନ ବଳରେ କହିଥିଲେ ଯେ, ଦ୍ବିତୀୟ ଲହର ପରେ ତୃତୀୟ ଲହର ଆସିବ ।

ତୃତୀୟ ଲହର ଆସିବା ନେଇ ପ୍ରଫେସୀ ଅଗଓ୍ବାଲ ଯେଉଁ ଆକଳନ କରିଥିଲେ ତାହା ସତ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା ଓମିକ୍ରନ୍‌ ଭ୍ୟାରିଆଣ୍ଟ ହିଁ ତୃତୀୟ ଲହରର ମୁଖ୍ୟ କାରଣ ହେବ ବୋଲି ସେ କହିଛନ୍ତି । ଏହା ସହିତ ତୃତୀୟ ଲହର ଯେତେବେଳେ ପିକ୍‌ରେ ରହିବ ସେତେବେଳେ ଭାରତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଦେଢ ଲକ୍ଷ ଯାଏଁ ରହିବାର ସମ୍ଭାବନା ରହିଛି ।

ତେବେ ଆଶ୍ବସ୍ତୀକର ତଥ୍ୟ ଯାହାକି ପ୍ରଫେସର ଅଗ୍ରଓ୍ବାଲଙ୍କ ଅଧ୍ୟୟନରୁ ଜଣାପଡିଛି ତାହା ହେଉଛି ତୃତୀୟ ଲହର ଛୋଟ ଛୋଟ ପିଲାମାନଙ୍କ ଉପ​‌ରେ କମ ପ୍ରଭାବ ପକାଇବ । ଶିଶୁଙ୍କ ଶରୀରରେ ଲକ୍ଷଣ ମଧ୍ୟ କମ ଦେଖାଯିବ । ଯଦି ବି ଶିଶୁ କରୋନାରେ ସଂକ୍ରମିତ ହୁଅନ୍ତି ତେବେ ସେମାନେ ଖୁବଶୀଘ୍ର ଏହାକୁ ମାତ୍‌ ଦେବେ । ଏହା ସହିତ ସେ ଆଉ ଏକ ଆଶ୍ବସ୍ତୀକର ତଥ୍ୟ ଦେଇଛନ୍ତି । ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ମଧ୍ୟ ହେବେ । ସେମାନଙ୍କ ଶରୀରରେ କମ ଲକ୍ଷଣ ଦେଖାଯିବ । ଦ୍ବିତୀୟ ଲହର ଅପେକ୍ଷା ଅଧିକ ଚିନ୍ତାଜନକ ହେବ ନାହିଁ । ଏହା ସହିତ ତୃତୀୟ ଲହର ଆସିଲେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍‌ କରିବାର ଆବଶ୍ୟକତା ପଡିବନି ।

   Related Posts