Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଅଗଷ୍ଟ ଶେଷକୁ ଆସିପାରେ କୋଭିଡ ତୃତୀୟ ଲହର, ଟେଷ୍ଟିଂ ଓ ଟିକାକରଣକୁ ବ୍ୟାପକ କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ

18/07/2021 at 3:03 PM

ଭୁବନେଶ୍ୱର ୧୮/୭ : ଆଇସିଏମଆର ଓ ଇମ୍ପେରିଆଲ କଲେଜ ଅଫ ଲଣ୍ଡନ ମିଳିତ ଭାବେ ଏକ ଗବେଷଣା କରିଛନ୍ତି । ଅଗଷ୍ଟ ଶେଷ ବେଳକୁ କୋଭିଡ ତୃତୀୟ ଲହର ଆସିବ ଏବଂ ଦୈନିକ ପ୍ରଥମ ଲହର ଭଳି ୧ ଲକ୍ଷ କେସ ଚିହ୍ନଟ ହେବ । ଟୀକାକରଣରେ ପ୍ରକ୍ରିୟାରେ ମନ୍ଥର ଗତି ଏବଂ ଅନଲକ ଯୋଗୁଁ ତୃତୀୟ ଲହର ଆସିବ । ଯଦି ବର୍ତ୍ତମାନର ଷ୍ଟ୍ରେନ ଜାରି ରହିଲା ତେବେ ଏଭଳି ସ୍ଥିତି ରହିବ କିନ୍ତୁ ଯଦି ଅଧିକ ସଂକ୍ରାମକ ଷ୍ଟ୍ରେନ ଆସେ ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିବ ।

ସେପଟେ R ଭ୍ୟାଲୁ ୧ ଉପରକୁ ରହିଲେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢିବ । ଯାହାକି କେରଳରେ ଦେଖିବାକୁ ମିଳୁଛି । କେରଳରେ ସବୁଠାରୁ ଅଧିକ ୧.୧ ଥିଲା R ଭ୍ୟାଲୁ । ସେଥିପାଇଁ R ଭ୍ୟାଲୁ ଅଧିକ ଥିବା ସ୍ଥାନ ଗୁଡ଼ିକ ପାଇଁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । କିଛି ଦିନ ତଳେ ମେ ଶେଷ ବେଳକୁ R ଭ୍ୟାଲୁ ୦.୭୮କୁ ଖସି ଆସିଥିଲା ଏବଂ ଜୁନ ବେଳକୁ ବଢ଼ିକି ୦.୮୮ହୋଇଛି ।

କିଛି ଦିନ ତଳେ R ଭ୍ୟାଲୁ ସମଗ୍ର ଦେଶରେ ୦.୯୫ ହୋଇଯାଇଥିଲା । R ଭ୍ୟାଲୁ ଅଧିକ ହେବା ଗୋଟିଏ ବଡ଼ ଚିନ୍ତାର କାରଣ । ୧ ଉପରକୁ ଗଲା ମାନେ, ମହାମାରୀ ପୁଣି ମୁଣ୍ଡ ଟେକିଲା ବୋଲି କୁହାଯାଇପାରିବ । ତୃତୀୟ ଲହର ଆସିବା ସତ ହୋଇଯିବ । ସୁନ୍ଦରଗଡ଼ରେ ବର୍ତ୍ତମାନ ତୃତୀୟ ଲହର ତ ଆରମ୍ଭ ହୋଇନାହିଁ । କାରଣ ସଂକ୍ରମିତଙ୍କ ସଂଖ୍ୟା ସେଠାରେ ସେତେ ଅଧିକ ବଢ଼ିନାହିଁ ।

ତଥାପି ଟେଷ୍ଟିଂ ସେ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ କରିବାକୁ ପଡ଼ିବ ଓ ଟୀକାକରଣ ଦୃତ ଗତିରେ କରିବାକୁ ପଡ଼ିବ । ଭାରତରେ ତ ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆସିନାହିଁ କିନ୍ତୁ ଅନ୍ୟ ଦେଶ ଗୁଡ଼ିକରେ ଆସିଲାଣି । ତେଣୁ ଆମ ଦେଶରେ ତୃତୀୟ ଲହର ଆସିବାର ବହୁତ ସମ୍ଭାବନା ଅଛି । ତେଣୁ ଏବେ ଠୁ ସଚେତନ ହେବାକୁ ପଡ଼ିବ ।

   Related Posts