Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

UK ରେ କରୋନା ତୃତୀୟ ଲହର ଆଶଙ୍କା, ଟିକାକରଣ ପରେ ବି ବଢୁଛି ସଂକ୍ରମଣ

29/05/2021 at 5:01 PM

ଲଣ୍ଡନ ୨୯।୫: ଭାରତରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ବ୍ରିଟେନକୁ ତୃତୀୟ ଲହର ଆସୁଥିବା ଏବେ ଆତଙ୍କର କାରଣ ହେଲାଣି। ବିଶେଷଜ୍ଞଙ୍କ ଅନୁସାରେ ବିଶ୍ୱର ଅନେକ ଦେଶକୁ କରୋନା ତୃତୀୟ ଲହର ଆସି ଗଲାଣି। ଏବେ ଏଥିରୁ ବ୍ରିଟେବି ବାଦ ଯିବନି। କରୋନାର ଏହି ଲହର ବି.୧.୬୧୭.୨ ଭାରିଏଣ୍ଟ ଲାଗି ଆସୁଥିବା ଓ ଏଥିଯୋଗୁ ବିପଦଜନକ ପରିସ୍ଥିତି ଉପୁଜିପାରେ ବୋଲି ବିଶେଷଜ୍ଞ କହୁଛନ୍ତି।

ତେବେ ସବୁଠୁ ଚିନ୍ତାର ବିଷୟ ଯାହା ତାହା ହେଉଛି ଟିକା।  ବ୍ରିଟେନରେ ଏକ ବିଶାଳ ଜନସଂଖ୍ୟା  ଟିକା ନେଇସାରିଛି। ହେଲେ ବି ଦେଶକୁ ତୃତୀୟ ଲହର ଆସୁଛି। ଦେଶରେ ୩.୮ କୋଟି ଲୋକେ ପ୍ରଥମ ଡୋଜ ଟିକା ନେଇ ସାରିଥିବା ବେଳେ୨.୫କୋଟି ଲୋକଙ୍କ ଦ୍ୱିତୀୟ ଡୋଜ ନେଇଛନ୍ତି। ତଥାପି ଲୋକେ ସଂକ୍ରମିତ ହେଉଛନ୍ତି। ଏଣୁ ଏବେ ସ୍ୱତଃ ଦୁଇଟି ପ୍ରଶ୍ନ ଆସୁଛି ଯେଉଁଥିରେ ପ୍ରଥମେ ଟିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ହୁଏତ ଟିକା କରୋନା ମୁକାବିଲା ଲାଗି ଯଥେଷ୍ଟ ନୁହେଁ ବୋଲିଏବେ ଆଶଙ୍କା କରାଯାଉଛି।   

ସେହିପରି ଆସୁଥିବା ଲହର ଟିକା ଯୋଗୁ ଭିନ୍ନହେବ କି ବୋଲି ଲୋକଙ୍କ ମନରେ ନୂଆ ପ୍ରଶ୍ନ ଉଙ୍କି ମାରୁଛି। ଦେଶରେ ଏବେ ଭୂତାଣୁର ବି.୧.୬୧୭.୨ ଭାରିଏଣ୍ଟ ତୀବ୍ର ବ୍ୟାପିବାରେ ଲାଗିଛି। ଫଳରେ ଗତ ଏକ ସପ୍ତାହ ହେଲା ବ୍ରିଟେନର ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଲାଣି। ଉତ୍ତର-ପଶ୍ଚିମ ବ୍ରିଟେନରେ ଏହି ହାର ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ସ୍କଟଲ୍ୟାଣ୍ଡ ଓ ଅନ୍ୟ କେତେକ ଅଞ୍ଚଳରେ ପରିସ୍ଥିତି ଏହାଠୁ ବି ଜଟିଳ ହେଲାଣି।

ସ୍କଟଲ୍ୟାଣ୍ଡ ଏନଏଚଏସ ହସ୍ପିଟାଲର ଡାକ୍ତର ଅଭିରାଲ ଭାଟସ୍‌ ଲକଡାଉନ୍‌ କୋହଳ ହେବାମାତ୍ରେ ସଂକ୍ରମଣ ହାର ବଢିବାର ପ୍ରଥମରୁ ଆଶଙ୍କା ଥିଲା ବୋଲି କହିଛନ୍ତି। ସେହିପରି ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଡା. ରାଜୀବ ଜୟଦେବନ ୟୁକେରେ  ବି.୧.୬୧୭.୨ ଭାରିଏଣ୍ଟ ଯୋଗୁ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବଢୁଥିବା କହିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୬ ହଜାର ଲୋକ ଏହି ଭୂତାଣୁ ପ୍ରକାର ଯୋଗୁ ସଂକ୍ରମିତ ହୋଇଥିବା ସେ କହିଛନ୍ତି।  ତେବେ ଭୂତାଣୁର ଏହି ଭାରିଏଣ୍ଟର ଭାକ୍ସିନ ମୁକାବିଲା କରିପାରିବ କି ନା ସେ ନେଇ ବ୍ରିଟେନ ସରକାର ଏବେ ଚିନ୍ତାରେ ପଡିଛନ୍ତି।

ତେବେ ବ୍ରିଟେନରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩ ଚତୁର୍ଥାଂଶ  ଟିକା ନେଇ ନଥିବା ଡା.ଜୟଦେବନ କହିଛନ୍ତି। ଯଦି ଭାକ୍ସିନର କେହି ଦୁଇଟି ଡୋଜ ନେଇ ସାରିଛି ସେ ଭୂତାଣୁ ଭାରିଏଣ୍ଟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷିତ ବୋଲି ସେ କହିଛନ୍ତି। ବ୍ରିଟେନରେ ସଂକ୍ରମଣ ବିଶେଷ କରି ଯୁବ ବର୍ଗରେ ବ୍ୟାପୁଛି। ଏଣୁ ଭାରତରେ ମଧ୍ୟ ସେଇ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

   Related Posts