Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ : ସ୍ବାସ୍ଥ୍ୟ ବିଶେଷଜ୍ଞ

11/07/2021 at 1:33 PM

ଭୁବନେଶ୍ବର ୧୧।୭: ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ସେ କହିଛନ୍ତି ତ୍ରିପୁରାରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ସେଥିପାଇଁ କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ଭାବେ ଅନୁପାଳନ କରିବାର ଆବଶ୍ୟକତା ରହିଛି ।  

କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ଏଠି ଅନଲକ୍ ପ୍ରକ୍ରିୟା ଜାରି ରହିବା ସହ କୋଭିଡ୍ ନିୟମକୁ କଡାକଡି ଲାଗୁ କରାଯିବା ଦରକାର ।  ଲାମ୍ବଡା ଭାରିଏଣ୍ଟ ଦକ୍ଷିଣ ଆମେରିକାର ଚିଲିରେ ଅଧିକ ଚିହ୍ନଟ ହୋଇଥିଲା । ମାତ୍ର ଏହି ଭାରିଏଣ୍ଟ ଦ୍ବାରା ପେରୁରେ ଅଧିକ ମୃତ୍ୟୁ ହୋଇଛି ।  ଗତବର୍ଷ ସେପ୍ଟେମ୍ବରରେ ଏହା ଦେଖା ଯାଇଥିଲେ ।  ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇନାହିଁ ।  ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି । ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସମୟ ଆସିଛି ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ କହିଛି ମାତ୍ର ଭାରିଏଣ୍ଟ ଅଫ୍ କନସର୍ଣ୍ଣ କହିନାହିଁ ।

   Related Posts