ଭୁବନେଶ୍ବର ଏୟାରପୋର୍ଟରେ ପ୍ରତିଷ୍ଠା ହେବ ଥାର୍ଡ ଟର୍ମିନାଲ
3/12/2018 at 6:16 PM

ଭୁବନେଶ୍ବର ୩|୧୨: ଭୁବନେଶ୍ବର ଏୟାରପୋର୍ଟରେ ପ୍ରତିଷ୍ଠା ହେବ ଥାର୍ଡ ଟର୍ମିନାଲ । ଏଥିପାଇଁ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା ୨୦୧୯ ଜୁଲାଇରୁ ଏହି କାମ ଆରମ୍ଭ ହେବ ।ଏଥିପାଇଁ ଭୁବନେଶ୍ବର ଏୟାରପୋର୍ଟରେ ଆବଶ୍ୟକୀୟ ଜମି ଉପଲବ୍ଧ ଅଛି ।
ସେହିଭଳି ଝାରସୁଗୁଡା ବିମାନବନ୍ଦରରୁ ଜାନୁଆରୀ ଶେଷ ସୁଦ୍ଧା ବିମାନ ଉଡିବା ନେଇ ଆଶା କରାଯାଉଛି ।ଉଡାନ୍ ଯୋଜନାରେ ଯେଉଁ ବିଡିଂ ସେ ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ଶେଷ ହେବ ।କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ଆର୍. ଏନ୍ ଚୌବେଙ୍କ ସୂଚନା ଦେଇଛନ୍ତି ।ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି ।