ଆଜି ନାଗପୁରରେ ନିର୍ଣ୍ଣାୟକ ଲଢ଼େଇ : ସିରିଜ ବିଜୟୀ ଲକ୍ଷ୍ୟରେ ଉଭୟ ଦଳ

Published By : Prameya-News7 Bureau | November 10, 2019 IST

ନାଗପୁର ୧୦।୧୧ : ଆଜି ନାଗପୁର ସ୍ଥିତ ବିଦର୍ଭ କ୍ରିକେଟ୍  ଆସୋସିଏଶନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମୁକାବିଲା ଖେଳାଯିବ । ରାତି ୭ଟାରୁ ଖେଳାଯିବ ଏହି ମ୍ୟାଚ୍  ।

{"id":181736}

ପ୍ରଥମ ମୁକାବିଲାରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ରେ ଭାରତର ସହଜରେ ବିଜୟୀ ହାସଲ କରିଥିଲା  । ତେଣୁ ତୃତୀୟ ଲଢ଼େଇ ଉଭୟ ଟିମ୍  ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ । ଅଧିନାୟକ ରୋହିତ ଶର୍ମାଙ୍କୁ ଶୃଙ୍ଖଳା ଜିତିବାକୁ ହେଲେ ଅନ୍ତିମ ମୁକାବିଲାରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଅପରପକ୍ଷେ ବାଂଲାଦେଶ ମଧ୍ୟ ଶୃଙ୍ଖଳା ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରିବ । ଦ୍ୱିତୀୟ ଟି-୨୦ରେ ଭାରତ ଯଦିଓ ମ୍ୟାଚ୍  ଜିତିଥିଲା, ତଥାପି ଦଳରେ କିଛି ତ୍ରୁଟି ଥିଲା । ଖଲିଲ ଅହମଦ ଭଲ ବୋଲିଂ କରିଥିଲେ ବି ନିଜର କମ ଅନୁଭବ ଟିମ୍  ପାଇଁ କିଛି ପରିମାଣରେ ଅସୁବିଧା ସୃଷ୍ଟି କରିଥିଲା ।

{"id":181737}

 ତେଣୁ ଆଶା କରାଯାଉଛି ଯେ, ଶାର୍ଦ୍ଦୁଲ ଠାକୁରଙ୍କୁ ଶେଷ ମ୍ୟାଚରେ ସୁଯୋଗ ମିଳିପାରେ । ଟିମ୍  ଇଣ୍ଡିଆ ପାଇଁ ଋଷଭ ପନ୍ତ ହେଉଛନ୍ତି ସମସ୍ୟା । କାରଣ ପନ୍ତଙ୍କ ପ୍ରଦର୍ଶନ ଭଲ ହେଉ ନ ଥିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି । ସେ ଖରାପ କିପିଙ୍ଗ କରୁଥିବାରୁ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଅନ୍ୟପକ୍ଷରେ ପନ୍ତ ଭଲ ବ୍ୟାଟିଂ ଫର୍ମ ମଧ୍ୟ ନାହାନ୍ତି । ତେବେ ଏହି ମ୍ୟାଚ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ହୋଇଯାଇଛି ।  ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହେବ , ସେହି ଦଳ ହିଁ ସିରିଜ୍ ବିଜୟୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.