Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନୀତି ଠାରୁ କ୍ରିକେଟ ମୈଦାନ ଯାଏଁ ; ସପ୍ତାହକ ମଧ୍ୟରେ ଇସ୍ତଫା ଦେଲେଣି ୩ ଭେଟେରାନ୍‌

18/09/2021 at 8:36 PM

ନୂଆଦିଲ୍ଲୀ ୧୮/୦୯ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ସିଏମ୍‌ ପଦରୁ ଇସ୍ତଫା ଦେଇସାରିଛନ୍ତି । ଶନିବାର ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଗତ ସପ୍ତାହେ ମଧ୍ୟରେ ଦେଶର ୨ ପ୍ରମୁଖ ରାଜ୍ୟର ମୁଖିଆ ଇସ୍ତଫା ଦେବା ଘଟଣା ଇତିହାସରେ ବିରଳ । ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ସ୍ଥାନ​‌ରେ ଭୂପେନ୍ଦ୍ର ପଟେଲ ହୋଇଛନ୍ତି ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ।

ଦେଶରେ ରାଜନୈତିକ ଓଲଟପାଲଟ ଚାଲିଥିବା ବେଳେ ଭାରତୀୟ କ୍ରୀଡାରେ ମଧ୍ୟ ଏଭଳି ଘଟଣା ଘଟିଛି । ଗତ ଗୁରୁବାର ଦିନ ଟ୍ବେଣ୍ଟି ଟ୍ବେଣ୍ଟି  ଫର୍ମାଟରୁ ଇସ୍ତଫା ଘୋଷଣା କରିଥିଲେ ବିରାଟ କୋହଲି । ରାଜନୀତି ଠାରୁ ଖେଳ ମୈଦାନ ପର୍ଯ୍ୟନ୍ତ ଇସ୍ତଫା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

कैप्टन अमरिंदर सिंह, विजय रुपाणी और विराट कोहली

ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସେପ୍ଟେମ୍ବର ୧୧ ତାରିଖରେ ଇସ୍ତଫା ଦେଇଥିବା ବେଳେ ଏହାର ୫ ଦିନ ପରେ ବିରାଟ କୋହଲି ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିଥିଲେ ଏବଂ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍‌ ଅମରିନ୍ଦର ସିଂହ ।   

ଭାରତ ଇତିହାସରେ ଏହା ବୋଧେ ବିରଳ ଘଟଣା ଯେତେବେଳେକି କମ ସମୟ ବ୍ୟବଧାନରେ ତିନି ତିନିଜଣ ଭେଟେରାନ୍‌ ନିଜ ନିଜ ଦାୟିତ୍ବରୁ ଇସ୍ତଫା ଦେଉଛନ୍ତି । ୨୦୧୭ ମସିହାରୁ ଭାରତୀୟ ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟରେ ଅଧିନାୟକ ଦାୟିତ୍ବ ତୁଲାଇ ଆସୁଥିଲେ କୋହଲି । ଏବେ କିନ୍ତୁ ସେ ଇସ୍ତଫା ଘୋଷଣା କରିଛନ୍ତି । ଆସନ୍ତା ଟି-୨୦ ବିଶ୍ବକପ ପରେ ସେ ଆଉ ଅଧିନାୟକ ରହିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ସେହିଭଳି ଗୁଜୁରାଟରେ ବିଜୟ ରୂପାଣୀ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ଇସ୍ତଫା ଦେଇଛନ୍ତି । ଆଜି ପଞ୍ଜାବରେ ବି ସମାନ ସ୍ଥିତି । ୯ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା କ୍ୟାପଟେନ୍‌ ଅମରିନ୍ଦର ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ୨୦୦୨ରୁ ୨୦୦୭ ଯାଏଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୭ ମାର୍ଚ୍ଚ ରୁ ୨୦୨୧ ସେପ୍ଟେମ୍ବର ୧୮ ଯାଏଁ ଦାୟିତ୍ବ ସମ୍ଭାଳିଥିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ ।

   Related Posts