ମହଜୁଦ ଟିକାକୁ ଦେଖି ତୃତୀୟ ପର୍ଯ୍ୟାୟ ଟିକାକରଣ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

Published By : Prameya-News7 Bureau | April 26, 2021 IST

ଭୁବନେଶ୍ବର ୨୬।୪: ତୃତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ୨୮ ତାରିଖରେ ପଞ୍ଜିକରଣ ଆରମ୍ଭ ହେବ । କେଉଁ ପ୍ରକ୍ରିୟାରେ ହେବ ତାହା ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି କୋଇନ୍ ପୋର୍ଟାଲରେ ପଞ୍ଜିକରଣ କରିହେବ । ସେଠି ଦୁଇଟି ପ୍ରକ୍ରିୟା ରହିଛି ଗୋଟିଏ ପଞ୍ଜିକରଣ ଓ ଅନ୍ୟଟି ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଦେଇ ସମସ୍ତଙ୍କୁ ଆସିବାକୁ ପଡ଼ିବ । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ । ଟିକା ଆସିବା ପରେ କିଏ କେଉଁ ଦିନ କେଉଁଠି ନେବେ ତାହା ମେସେଜ ମାଧ୍ୟମରେ ଜଣାଇବୁ । ଯେତିକି ପରିମାଣର ଟିକା ମିଳିବ ତାହା ଉପରେ ତୃତୀୟ ପର୍ଯ୍ୟାୟ ଟିକାକରଣ ନିର୍ଭର କରିବ । ଦୁଇଟି କମ୍ପାନୀକୁ ଟିକା ଯୋଗାଇ ଦେବାପାଇଁ ଚିଠି ଲେଖିଛୁ ମାତ୍ର କିଛି ଉତ୍ତର ଆସିନି ।

କରୋନା ହୋଇଥିଲେ ଟିକା ନେଇପାରିବେ। କିନ୍ତୁ କରୋନାରୁ ଭଲ ହେବାର ୪ ସପ୍ତାହ ପରେ ଟିକା ନେବେ। ଯେଉଁମାନେ ଘରୋଇ ଡାକ୍ତରଖାନାରେ ଟଙ୍କା ଦେଇ ପ୍ରଥମ ଡୋଜ ନେଇଥିବେ ସେମାନେ ଦ୍ଵିତୀୟ ଡୋଜ ସରକାରୀ ଡାକ୍ତରଖାନାରେ ମାଗଣାରେ ନେଇପାରିବେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଦିଆଯାଇଛି । ସୋମବାର ୫୪୦ କେନ୍ଦ୍ରରେ ଟିକାକରଣ ହେଉଛି । ବର୍ତ୍ତମାନ ରାଜ୍ୟରେ ୨.୦୫ ଲକ୍ଷ କୋଭିସିଲ୍ଡ ଓ ୩.୭ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ଯାହା ଟିକା ରହିଛି ତାହା ୩ ରୁ ୪ ଦିନ ଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.