Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଆଜିଠୁ ତୃତୀୟ ପର୍ଯ୍ୟାୟ ଜେଇଇ୍ ମେନ୍, କରୋନା କଟକଣାରେ ହେବ ପରୀକ୍ଷା

20/07/2021 at 8:04 AM

ଭୁବନେଶ୍ୱର,୨୦/୦୭: ତୃତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ମଙ୍ଗଳବାରଠୁ ଆରମ୍ଭ ହେବ । ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ଏପଟେ ଆଜି ବାହୁଡ଼ା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି ।

ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ସେମାନଙ୍କୁ କର୍ଫ୍ୟୁ ପାଇଁ କୌଣସି ଅସୁବିଧା ହେବାକୁ ପଡ଼ିବ ନାହିଁ ବୋଲି ପୁରୀ ଏସ୍‌ପି କହିଛନ୍ତି । କରୋନା କଟକଣାରେ ପରୀକ୍ଷା କରାଯିବ । ପ୍ରବେଶ ପଥରେ ସଭିଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବ ।

ଛାତ୍ରଛାତ୍ରୀ ନିଜର ପାଣି ବୋତଲ, ସାନିଟାଇଜର, ପେନ୍‌ ସାଥୀରେ ନେବେ । ପରୀକ୍ଷା କେନ୍ଦ୍ରରେ ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁ ପ୍ରକାର ନିୟମ ଅନୁପାଳନ କରି ପରୀକ୍ଷା ଦେବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

   Related Posts