ଶେଷ ହେଲା ରଥଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ

Published By : Prameya-News7 Bureau | June 28, 2019 IST

ପୁରୀ ୨୮|୬: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାକୁ କଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେ ନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ନେଇ ସମସ୍ତ ବିଭାଗ ସହିତ ଆଲେ।ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା କିଭଳି ଶାନ୍ତିଶୃଂଖଳାରେ ସରିବ ସେନେଇ ଆଲେ।ଚନା ହେ।ଇଛି । ସମସ୍ତଙ୍କ ସହଯେ।ଗରେ ବିଶ୍ବ ପ୍ରସିଦ୍ଧ ଘେ।ଷଯାତ୍ରା ସଫଳ ହେବ ବେ।ଲି କହିଛନ୍ତି ନବୀନ । ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ସହ ସ୍ବାସ୍ଥ୍ୟ, ଗାମନାଗମନ, ଟ୍ରାଫିକ୍ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରଥଯାତ୍ରା ସୁରୁଖୁରରେ କରିବା ପାଇଁ  ନୀଳାଦ୍ରି ଭକ୍ତ ନିବାସଠାରେ ଶେଷ ସମନ୍ୱୟ ବୈଠକ ବସିଥିଲା। ଏହି ସମୀକ୍ଷା ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଉପରେ ଆଲୋଚନା କରାଯାଇଛି। ରଥାଯାତ୍ରାକୁ ସୁରୁଖୁରରେ ଶେଷ କରିବାକୁ ଜୋରଦାର ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ୫ଶହଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପିଇବା ପାଣି ପାଇଁ ୩୨ ଟି ଟ୍ୟାଙ୍କର ରଖାଯାଇଛି । ବିଜୁଳି ଓ ଡ୍ରେନ୍ ତଥା ଅନ୍ୟାନ୍ୟ କାର୍ଯ୍ୟର ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ସଜାଗ ରହିବ । ସେହିପରି ଭକ୍ତଙ୍କ ସୁରକ୍ଷା ପାଇଁ ୪ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୫ ପ୍ଲାଟୁନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କୁ ମିଶାଇ ଏଥର ୧୦ ହଜାର ପୋଲିସ ରଥଯାତ୍ରାରେ ମୁତୟନ ରହିବେ ।

{"id":128050}

ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାଶ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ । ସେହିଭଳି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.