Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର ! ଅମାନିଆ ହେଲେ ବଢିବ ସଂକ୍ରମଣ

5/07/2021 at 9:54 AM

ନୂଆଦିଲ୍ଲୀ,୦୫/୦୭: କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି । କୋଭିଡ କଟକଣା ଠିକ୍‌ ରୂପେ ପାଳନ କରା ନଗଲେ ଏପରି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ବୋଲି ପ୍ୟାନେଲର ସଦସ୍ୟ ଡ. ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି । ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିବ ।

ଦ୍ୱିତୀୟ ଲହରର ଶୀର୍ଷ ସଂକ୍ରମଣ ତୁଳନାରେ ତୃତୀୟ ଲହରର ଶୀର୍ଷ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଖୁବ କମ୍‌ ରହିବ । ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହରରେ ସଂକ୍ରମଣ ଗ୍ରାଫ ଯେତେବେଳେ ଶୀର୍ଷରେ ଥିବ ସେତେବେଳେ ଦେଶରେ ପ୍ରତ୍ୟେକ ଦିନ ୧,୫୦,୦୦୦ରୁ ୨,୦୦,୦୦୦ ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବେ । ତୃତୀୟ ଲହରରେ ଅପେକ୍ଷାକୃତ କମ୍‌ ରୋଗୀଙ୍କୁ ଡାକ୍ତରଖାନାର ଆବଶ୍ୟକତା ପଡିବ । କୌଣସି ନୂଆ କରୋନା ଭ୍ୟାରିଆଣ୍ଟ ସୃଷ୍ଟି ନ ହେଲେ ସ୍ଥିତି ଏପରି ରହିବ । ଇତିମଧ୍ୟରେ ଯଦି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୁଏ ତେବେ ତୃତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଆଇଆଇଟି କାନପୁରର ପ୍ରଫେସର ଥିବା ଡକ୍ଟର ଅଗ୍ରୱାଲ ଏକ ଗାଣିତିକ ମଡେଲ ଯୋଗେ ଏହି ଆକଳନ କରିଛନ୍ତି । ସେ ପ୍ରସ୍ତୁତ କରିଥିବା ଗାଣିତିକ ମଡେଲ ମୁତାବକ, ଅକ୍ଟୋବର ପ୍ରଥମ ସପ୍ତାହରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବ । ନଭେମ୍ବର ଆରମ୍ଭ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ତେବେ ନଭେମ୍ବର ୧୫ ବେଳକୁ ସଂକ୍ରମଣ ଗ୍ରାଫ ଧୀରେଧୀରେ ନିମ୍ନମୁହାଁ ହେବ । ତୃତୀୟ ଲହର ଏତେ ଭୟାବହ ହେବନି । କିନ୍ତୁ ମାସ୍କ ନ ପିନ୍ଧିଲେ ଏବଂ ଶକ୍ତିଶାଳୀ ନୂଆ ଭ୍ୟାରିଆଣ୍ଟ ସୃଷ୍ଟିହେଲେ ତୃତୀୟ ଲହର ଆହୁରି ତୀବ୍ର ଗତିରେ ବ୍ୟାପିବ । ତୃତୀୟ ଲହରର ଶୀର୍ଷ ସଂକ୍ରମଣରେ ଦୈନିକ ସର୍ବାଧିକ ୧.୮ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ ବୋଲି ମଣିନ୍ଦ୍ର ଅଗ୍ରୱାଲ ପ୍ରସ୍ତୁତ କରିଥିବା ଗାଣିତିକ ମଡେଲ ଯୋଗେ ସୂଚନା ଦେଇଛନ୍ତି ।

   Related Posts