କିନ୍ନର ହେବେ ପୋଲିସ, ସରକାରଙ୍କ ନିଷ୍ପତିକୁ ସ୍ୱାଗତ କଲେ ଯାଜପୁର ଜିଲ୍ଲା କିନ୍ନର ସଙ୍ଘ

Published By : Prameya-News7 Bureau | June 12, 2021 IST

ଚଣ୍ଡିଖୋଲ, ୧୨/୦୬ : କିନ୍ନର ହେବେ ପୋଲିସ, କିନ୍ନର ମାନଙ୍କୁ ରାଜ୍ୟ ସରକାର ଓଡିଶା ପୋଲିସରେ ସାମିଲ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l ସବ ଇନସପେକ୍ଟର ଓ ହାବିଲଦାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏହାକୁ ନେଇ ଯାଜପୁର ଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି l

wp:html /wp:html

ରାଜ୍ୟ ସରକାର ପୂର୍ବରୁରୁ ମଧ୍ୟ କିନ୍ନର ମାନଙ୍କ ପ୍ରତି ସହଯୋଗ କରି ଆସିଥିବା ବେଳେ ଏଭଳି ଐତିହାସିକ ନିଷ୍ପତି ନିଶ୍ଚିତ ଭାବରେ ଆଗାମୀ ଦିନରେ କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବ l ସରକାରଙ୍କ ଏଭଳି ନିଷ୍ପତିକୁ ସୁଫଳ କାର୍ଯ୍ୟକାରୀ କରାଇବେ ବୋଲି କିନ୍ନର ମାନେ କହିଛନ୍ତି l ବହୁ ସଂଖ୍ୟାରେ କିନ୍ନର ଏହି ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବେ ବୋଲି ଯାଜପୁର ଜିଲ୍ଲା କିନ୍ନର ସମାଜ ସଭାପତି କାଜଲ ନାୟକ ଏବଂ ସମ୍ପାଦକ ଲଭଲି ସାହୁ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.