Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବିହାର ବିଧାନସଭା ନିର୍ବାଚନ: ସୃଷ୍ଟି ହେଲା ତୃତୀୟ ସାମ୍ମୁଖ୍ୟ, କୁଶୱାହ ଓ ମାୟାବତୀଙ୍କ ସହ ହାତମିଳାଇଲେ ଓୱେସୀ

6/10/2020 at 9:55 PM

ପାଟନା ୬।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଜେପି-ଜେଡିୟୁ ଆସନ ବୁଝାମଣା ସରିଥିବା ବେଳେ ଲାଲୁଙ୍କ ଆରଜେଡିର ମଙ୍ଗ ସମ୍ଭାଳିଲେଣି ତେଜସ୍ୱୀ। ସେପଟେ ରାଜ୍ୟରେ ତୃତୀୟ ସାମ୍ମୁଖ୍ୟ ନୂଆକରି ମୁଣ୍ଡ ଟେକିଛି।  ବିହାର ବିଧାନସଭା ନିର୍ବାଚନକୁ ଏକାଠି ଲଢିବା ଲାଗି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବସପା) ସହ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି) ଅଣ୍ଟାଭିଡିଥିବା ବେଳେ ଏଥିରେ ଅସଦୁଦ୍ଦିନ ଓୱେସୀଙ୍କ ଅଲ ଇଣ୍ଡିଆ ମଜଲିସ୍-ଏ-ଇତହଦ୍ଦୁଲମୁସ୍ଲିମିନ୍ (ଏଆଇଏମଆଇଏମ) ଯୋଗଦେଇଛି। ଆରଏଲଏସପି ନେତା ଉପେନ୍ଦ୍ର କୁସୱାହ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

କୁଶୱାହଙ୍କ ସୂଚନା ଅନୁସାରେ ଏହି ମେଣ୍ଟରେ ମାୟାବତୀଙ୍କ ବସପା ସମର୍ଥିତ ପାର୍ଟି ଜନବାଦୀ ପାର୍ଟି(ସୋସିଆଲିଷ୍ଟ) ମଧ୍ୟ ରହିଛି। ବିଧାନସଭା ନିର୍ବାଚନ ଲାଗି ମେଣ୍ଟ ନିମନ୍ତେ କୁଶୱାହଙ୍କ ଆଲୋଚନା ନୀତିଶଙ୍କ ସହ ବିଫଳ ହୋଇଥିଲା। ତେବେ ସେ ଆରଜେଡି ସହ ମେଣ୍ଟ ହେବା ନେଇ ନିଶ୍ଚିତ ଥିଲେ। ହେଲେ ତେଜସ୍ୱୀଙ୍କ ପକ୍ଷରୁ ତାଙ୍କୁ କୌଣସି ସଂକେତ ନ ମିଳିବାରୁ ଶେଷରେ ନିର୍ବାଚନ ଲାଗି ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା କରାଯାଇଛି।

ତେବେ ମେଣ୍ଟର ଦିନକ ପୂର୍ବରୁ ଏଆଇଏମଆଇଏମ ନେତା ଓୱେସୀ ରାଜ୍ୟରେ ଦୁଇ ପ୍ରମୁଖ ମେଣ୍ଟ ବାଦେ ରାଜ୍ୟବାସୀ ବିକଳ୍ପ ଚାହୁଁଥିବା ଓୱେସୀ କହିଥିଲେ। ଅତୀତରେ ଦୁଇ ପ୍ରମୁଖ ମେଣ୍ଟ ଜନତାଙ୍କୁ ନିରାଶ କରିଛି। ଏଣୁ ସେମାନେ ମତଦାତାଙ୍କ ବିଶ୍ୱାସ ହରାଇଥିବା ଓୱେସୀ କହିଥିଲେ। ଲୋକଙ୍କ ଆଶା ମୁତାବକ ଦୃଢ ଧର୍ମନିରପେକ୍ଷ ମେଣ୍ଟ ଲାଗି ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ଧର୍ମନିରପେକ୍ଷ ଭୋଟ ବାଣ୍ଟି ତାଙ୍କ ଦଳ ବିଜେପିର କ୍ଷମତାକୁ ଫେରିବାର ରାସ୍ତା ପରିସ୍କାର କରିବ ବୋଲି ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଓୱେସୀ କହିଥିଲେ।

ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ନଭେମ୍ବର ୭ ତାରିଖରେ ଶେଷ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣନା ହେବ।

   Related Posts