Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମୋବାଇଲ ଚୋରୀ ଅଭିଯୋଗରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ, ପିଲାର ବୟସ ମାତ୍ର ୧୩ ବର୍ଷ

4/01/2021 at 9:02 AM

 ରାଉକେଲା୪/୧: ମୋବାଇଲ ଚୋରୀ ଅଭିଯୋଗରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଦିଆଯାଉଥିବା ଅଭିଯୋଗ। ରାଉରକେଲା  ଉଦିତ ନଗର ଥାନା ବିରୋଧରେ ଆସିଛି ଏପରି ସଂଙ୍ଗୀନ ଅଭିଯୋଗ ।    ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ଜଣେ ୧୩ ବର୍ଷର ନାବାଳକକୁ ଥାନାରେ ରଖି  ଥାର୍ଡ ଡିଗ୍ରୀ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତି କି ବୁଟରେ ମାଡ଼ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍ ଦିଆଯାଇଥିବା ଅଭିଯୋଗ ହୋଇଛି।

 ସାରା ରାତି ଥାନାରେ ରଖି ଅମାନୁଷିକ ଭାବେ ନିର୍ଯାତନା ଦେବା ପରେ ନାବାଳକକୁ ପୋଲିସ ଛାଡି ଦେଇଥିଲା। ଏପରି ଥାନାରେ ଯାହା ଘଟିଛି କାହା ସାମ୍ନାରେ ନ କହିବାକୁ ମଧ୍ୟ ଧମକ ଦେଇଥିଲା। ମା ବାପ ଛେଉଣ୍ଡ ୧୩  ବର୍ଷର ନାବାଳକ ତା ଜଜେମା ସହ ରହୁଛି ଟିମ୍ବର କଲୋନୀରେ ।

 ପ୍ରଶ୍ନ  ଉଠୁଛି ଯେ ଯଦି ନାବାଳକ ମୋବାଇଲ ଚୋରୀ କରିଥିଲା , ପୋଲିସ ନାବାଳକ ଠାରୁ ମୋବାଇଲ ଜବତ କଲା ତାହଲେ କାହିଁକି ପୋଲିସ ନାବାଳକ ବିରୋଧରେ ମାମଲା ରୁଜୁ କରି ସୁଧାର ଗୃହକୁ ପଠାଇଲା ନାହିଁ । ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପୋଲିସ ଆଇନର ପରିଧି ରହି ଏଭଳି କିପରି କଲେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

   Related Posts