Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଥାନାରେ ଥାର୍ଡ ଡିଗ୍ରୀ! ମହିଳା ଏସ୍‌ଆଇଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲେ ଯୁବକ

28/06/2020 at 8:22 PM

ସୁବର୍ଣ୍ଣପୁର୨୮/୬: ପୋଲିସ୍‌ର ଲାଠି ମାଡରେ ଯୁବକ ଘାଇଲା। ଯୁବକଙ୍କ କହିବା ଅନୁସାରେ, ବିନା ଦୋଷରେ ପୋଲିସ୍ ତାଙ୍କୁ ଥାର୍ଡ ଡିଗ୍ରୀ ଦେଇଛନ୍ତି। କୌଣସି ଏକ ମାମଲାରେ ତାଙ୍କୁ ପଚାରଉଚାର କରିବା ଲାଗି ତାଙ୍କୁ ଡକା ଯାଇଥିଲା। କିଛି କାରଣ ନଥାଇ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଥାର୍ଡ ଡିଗ୍ରୀ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାରେ ଏଭଳି ଘଟଣା ଘଟିଛି। ପୋଲିସ୍‌ର ଲାଠି ମାଡରେ ଘାଇଲା ହୋଇଛନ୍ତି ଯୁବକ। ପୋଲିସ୍‌ ମାଡ଼ରେ ଭୋ ଭୋ ହୋଇ କାନ୍ଦିଥିଲେ ଯୁବକ।ମହିଳା ଏସ୍‌ଆଇଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଯୁବକ

ଏହି ଯୁବକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖଇରମାଲ ଗ୍ରାମର ରାଜେନ୍ଦ୍ର ସୁନା। ରାଜେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ତରଭା ଥାନାକୁ ତାଙ୍କୁ କୌଣସି ଏକ ମାମଲାରେ ପଚରାଉଚୁରା ପାଇଁ ଡକାଯାଇଥିଲା। କିନ୍ତୁ ଥାନାର କାର୍ଯ୍ୟରତ ଏସ୍ ଆଇ ପ୍ରିୟଙ୍କା ବେହେରା ବିନା କାରଣରେ ପ୍ରତିପକ୍ଷଙ୍କ ଠାରୁ ଲାଞ୍ଚ ନେଇ ତାଙ୍କୁ  ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ପୋଲିସ୍‌ ତାଙ୍କ ହାତ ଗୋଡ ଓ ଛାତିକୁ ମାଡ଼ ମାରିଥିଲେ। ଯାହା ଫଳରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ତରଭା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଡାକି କେବଳ ପଚରାପଚରା କରାଯାଇଛି ଏବଂ ମାଡ ମାରିବା ସଂପର୍କରେ ମିଥ୍ୟା ଆରୋପ ଲଗାଯାଇଥିବା କଥା କହିଛନ୍ତି  ଏସ୍ ଆଇ ପ୍ରୟଙ୍କା  ବେହେରା । ଏହି ଘଟଣାରେ ଥାନା ଅଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ  କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

   Related Posts