Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ

16/09/2019 at 2:46 PM

ନୟାଗଡ ୧୬/୯: ନୟାଗଡ ଜିଲ୍ଲା ଫତେଗଡ ଥାନାରେ ପୋଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ  ହୋଇଛି। ଜଣେ ଯୁବକଙ୍କୁ ବାଇକ୍ ଚୋରୀ କରିଥିବା ନେଇ ସନ୍ଦେହରେ ଆଣି ଥାନାରେ ପ୍ରବଳ ମାଡ ମରାଯାଇଥିବା ଅଭିଯୋଗ କରିଛନ୍ତି ଯୁବକ ଏବଂ ତାର ପରିବାର ସଦସ୍ୟ । ଯୁବକ ଜଣଙ୍କୁ ଚିକିତ୍ସା ପାଇଁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫତେଗଡ ଥାନା ଅନ୍ତର୍ଗତ ମାଳିବରେଣୀ ଗଁ।ର ରତ୍ନାକର ସାମଲଙ୍କ ପୁଅ ପ୍ରଦୀପ ଗତ ଶନିବାର ଦିନ ଗଁ। ଛକରେ କିଛି ସାଙ୍ଗଙ୍କ ସହ ବସିଥିବାବଳେ ହଠାତ୍ ପୋଲିସ ତାଙ୍କୁ ଯାଇ ଥାନାକୁ ନେଇ ଆସିଥିଲା । ପ୍ରଦିପ ଏବଂ ତାଙ୍କ ସାଙ୍ଗମାନେ ବସିଥିବା ସ୍ଥାନରେ ଗୋଟିଏ ଚୋରା ବାଇକ୍ ଥିଲା ଏବଂ ତାହା ପ୍ରଦୀପର ବୋଲି ପୋଲିସ କହିଥିବା ସେ କହିଛି । ତେବେ ପ୍ରଦୀପ ଏହାକୁ ଅସ୍ବୀକାର କରିବା ସହ ବାଇକ୍ ଟି ଅନ୍ୟ ଜଣେ ଯୁବକର ବୋଲି ସେ କହିଛି ।

ପୋଲିସ ସମସ୍ତଙ୍କୁ କିଛି ପଚରାଉଚରା ନକରି  କେବଳ ପ୍ରଦୀପକୁ ଥାନାକୁ ଆଣିଥିଲା । ତେବେ ରାତିରେ ଥାନାର ଦୁଇଜଣ କର୍ମଚାରୀ ପ୍ରଦୀପକୁ ଏକ ପାଇପରେ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରଦୀପର ଜଂଘ ଏବଂ ଗୋଡରେ ମାଡ ଚିହ୍ନ ମଧ୍ୟ ରହିଛି । ସକାଳେ ପ୍ରଦିପର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୋଲିସ ତାକୁ ଭାପୁର ମେଡିକାଲକୁ ପଠାଇଥିଲା ।

ତେବେ ସେଠାରେ ତାର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛନ୍ତି । ଚୋରୀ ବାଇକ୍ ତାର ବୋଲି ସ୍ବୀକାର କରିବାକୁ ବାଧ୍ୟ କରି ତାକୁ ମାଡ ମାରିଥିବା ପ୍ରଦୀପ କହିଥିବାବଳେ ପୋଲିସ ଏପରି ମାଡ କାହଁକି ମାରିଲା ବୋଲି ତାଙ୍କ ସମ୍ପର୍କୀୟ ପ୍ରଶ୍ନ କରିଛନ୍ତି। ସେପଟେ ପୋଲିସର ଏ ଅଭିଯୋଗ ଉପରେ ପ୍ରତିକ୍ରିୟା ମିଳିପାରିନାହିଁ । 

   Related Posts