ପଞ୍ଚୁକ ବ୍ରତର ଆଜି ତୃତୀୟ ଦିନ ; ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
21/11/2018 at 10:05 AM

ପୁରୀ ୨୧|୧୧: ଆଜି ପବିତ୍ର ପଞ୍ଚୁକ ବ୍ରତର ତୃତୀୟ ଦିନ । ପଞ୍ଚୁକ ବ୍ରତ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହା ସହ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଏଥିପାଇଁ ଏବେ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି । ଏଥିସହ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି। ସକାଳୁ ସକାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021