ଆଜି ନବରାତ୍ରର ତୃତୀୟ ଦିନ : ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦେଉଛନ୍ତି ଦର୍ଶନ, ମା’ଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଲମ୍ବା ଲାଇନ୍

Published By : Prameya-News7 Bureau | October 01, 2019 IST

ବଲାଙ୍ଗୀର ୧|୧୦: ବଲାଙ୍ଗୀର ସହରରେ ଚାଲିଛି ମାଁଙ୍କ ପୂଜା ଓ ଆରାଧନା । ଯୋରସୋରରେ ଚାଲିଛି ମାଁଙ୍କ ନବରାତ୍ର ପୂଜା। ଭକ୍ତଙ୍କ ଭିଡ ବେଶ ଜମୁଛି ଦେବୀ ପୀଠ ଗୁଡିକରେ। ଆଜି ନବରାତ୍ରର ତୃତୀୟ ଦିବସରେ ମାଁ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ମାଁ ଦଶଭୂଜାଙ୍କ ମସ୍ତକରେ ଚନ୍ଦ୍ର ରୂପକ ଘଣ୍ଟି ଶୋଭାପାଉଛି। ଏ ଘଣ୍ଟିର ନାଦରେ ଭୟରେ ଥରି ଉଠିଥାଏ ଦୈତ୍ୟ।

{"id":165064}

ପୁରାଣ ଅନୁସାରେ ମାଁଙ୍କୁ ଆଜି ସମସ୍ତ ଦେବାଦେବୀ ତାଙ୍କ ଅସ୍ତ୍ର ସସ୍ତ୍ର ପ୍ରଦାନ କରିଥିଲେ ଓ ମାଁ ପ୍ରସ୍ତୁତ ହୋଇଥିଲେ ଦୈତ୍ୟ ସଂହାର ପାଇଁ । ଦୈତ୍ୟ ନାଶନ ପାଇଁ  ଧାରଣ କରିଥିଲେ ଏ ରୂପ । ପାପର କ୍ଷୟ କରି ଧର୍ମର ଜୟ କରିବାପାଇଁ ମାଁ  ବ୍ୟାଘ୍ରରେ ବିରାଜମାନ ହୋଇ ଧରାପୃଷ୍ଟରେ ଅବତରଣ କରିଥିଲେ । ଦୈତ୍ୟ ସଂହାର କରି ଶାନ୍ତି ପ୍ରତିଷ୍ଠା କରିଥିଲେ ବୋଲି କୁହାଯାଏ  ।

{"id":165065}

ମାଁଙ୍କ ଏ ବେଶ ଦେଖି ମାଁଙ୍କୁ ଆରାଧନା କରିବା ପାଇଁ ଧାଇଁ ଆସୁଛି ଭକ୍ତ ।  ସହରର ବିଭିନ୍ନ ମନ୍ଦିର, ପୀଠ,ପୂଜା ମଣ୍ଡପ ଗୁଡିକରେ ମାଁ ପାଉଛନ୍ତି ଚନ୍ଦ୍ରଘଣ୍ଟା ରୂପରେ ପୂଜା । ମାଁ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ ଦେଖିବା ପାଇଁ ବଲାଙ୍ଗୀର ସହରର ବିଭିନ୍ନ ପ୍ରାନ୍ତରରୁ ସୁଅ ଛୁଟୁଛି ଭକ୍ତଙ୍କ। ମାଁଙ୍କ ଏ ବେଶ ଧର୍ଶନରେ ସାଂସାରିକ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଓ ଭୟ ମଣିଷ ଠାରୁ ଦୂରେଇ ଯାଇଥାଏ  ବୋଲି ଭକ୍ତଙ୍କ ମନରେ ବିଶ୍ବାସ ରହିଛି।

{"id":165066}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.