ମେଡିକାଲରେ ଥିବା ବିଭିନ୍ନ ସମସ୍ୟା ନେଇ ୩ଦିନ ହେଲା ଆମରଣ ଅନଶନରେ ଯୁବକ, ପ୍ରଶାସନର ନାହିଁ ଦେଖା

Published By : Prameya-News7 Bureau | November 17, 2019 IST

ବ୍ରହ୍ମପୁର ୧୭।୧୧: ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଆମରଣ ଅନଶନ ତୃତୀୟ ଦିନରେ ପହଞ୍ଚିଛି । ୪ ଦଫା ଦାବିରେ ଜଣେ ଯୁବକ କରୁଛନ୍ତି ଅନଶନ । ଅନଶନ ଆଜି ତୃତୀୟ  ଦିନରେ  ପହଞ୍ଚିଥିଲେ ସୁଦ୍ଧା କୌଣସି ମେଡିକାଲ କର୍ତ୍ତୃପକ୍ଷ ଏବଂ ସରକାରୀ କର୍ମଚାରୀଙ୍କ ଦେଖା ମିଳିନି ।  ସେପଟେ ଅନଶନରେ ବସିଥିବା ଯୁବକଙ୍କ ଦୁଇଥର ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହ ଜ୍ବରରେ ମଧ୍ୟ ବସିଛନ୍ତି ଯୁବକ ।  

{"id":185537,"sizeSlug":"large"}

ମେଡିକାଲରେ ସର୍ଜରୀ, ଶିଶୁ ବିଭାଗ ଡାକ୍ତର ପଦବୀ ପୂରଣ ଦାବି, ଅଲ୍ଟ୍ରାସାଉଣ୍ଡ ଓ ଏକ୍ସରେ ମେସିନ ଯୋଗାଣ,  ନିରାମୟ କେନ୍ଦ୍ରରେ ମାଗଣା ଔଷଧ ପ୍ରଦାନ ପ୍ରମୁଖ ଦାବି ନେଇ ଆମରଣ ଅନଶନ କରୁଛନ୍ତି । ଆମ୍ବୁଲାନ୍ସ ଦିଆଯାଇଥିଲେ ବି କେବଳ ଅଚଳ କରି ରଖିବା ଓ ଘରୋଇ ଆମ୍ବୁଲାନ୍ସକୁ ସହାୟତା କରୁଛନ୍ତି । ଏଭଳି  ଦାବି ନେଇ ପାତ୍ରପୁର ତହସିଲ ଅଂଚଳର କ୍ଷୀରମଣି ନାୟକ ଆମରଣ ଅନଶନ କରୁଛନ୍ତି ।  ତାଙ୍କୁ ସମର୍ଥନ କରି ବହୁ ଯୁବକ ମଧ୍ୟ ଏଥିରେ ସାମିଲ ହୋଇଥିବା ବେଳେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଓଜେୟୁ ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର ପଟ୍ଟନାୟକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ୍ ହୋଇ ସମର୍ଥନ କରିଛନ୍ତି ।

{"id":185538,"sizeSlug":"large"}

ଗତ ୨୧ ତାରିଖରେ ସେ ଆମରଣ ଅନଶନ କରିବେ ବୋଲି ଗଞ୍ଜାମ ଜିଲାପାଳଙ୍କ ସମେତ ପୋଲିସ ପ୍ରଶାସନକୁ ଜଣାଇଥିଲେ। ସରକାର ସମସ୍ତ ଜନହିତକର ଯୋଜନାର ସୁପରିଚାଳନା ପାଇଁ 5-T ବ୍ୟବସ୍ଥା କଲେ ସତ ତାହା କାଗଜ କଲମରେ ସ୍ଥାଣୁ ପାଲଟି ଯାଇଛି । ସାଧାରଣ ଯୁବକଙ୍କ ଏଭଳି ଅନଶନ ସରକାରୀ ଡାକ୍ତରଖାନା ସମ୍ମୁଖରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ହୋଇଥିଲେ ମଧ୍ୟ ସରକାରୀ ଯୋଜନା 5-T ଏକ ପ୍ରହସନ ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

{"id":185539,"sizeSlug":"large"}

ତିନିଦିନର ଅନଶନ ହୋଇଥିଲେ ସୁଦ୍ଧା କାହାରି ଦେଖାନାହିଁ। ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ନିର୍ବାଚନ ମଣ୍ଡଳୀ । ଆଗାମୀ ଦିନରେ ଯଦି ଏହାର ନିରାକରଣ ହୋଇ ଅନଶନରେ ବସିଥିବା ଯୁବକଙ୍କ ଦାବିକୁ   ଗ୍ରହଣ କରା ନଯାଏ ତାହେଲେ ସ୍ଥାନୀୟ ଲୋକେ ଏହି ଶୃଙ୍ଖଳା ଅନଶନକୁ ବିଶୃଙ୍ଖଳା କରିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.