Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଭାରତରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

17/03/2020 at 10:55 AM

ମୁମ୍ବାଇ ୧୭।୩: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ମହାରାଷ୍ଟ୍ରରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁମ୍ବାଇ କସ୍ତୁରବା ହସ୍ପିଟାଲରେ ଏହି ୬୪ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ । ଆଗରୁ ଦିଲ୍ଲୀରେ ଜଣେ ମହିଳା ଏବଂ କର୍ଣ୍ଣାଟକରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏବେ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୨ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୩୯ ରୋଗୀ ଏବଂ କେରଳରେ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୧୩ଜଣ କରୋନା ଭାଇରସ୍ କବଳରୁ ସୁସ୍ଥ ହୋଇ ଫେରିଛନ୍ତି । ମହାରାଷ୍ଟ୍ରରେ ୩ବର୍ଷର ଶିଶୁ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପୁନେରେ ଆସନ୍ତା ୩ଦିନ ଯାଏଁ ଦୋକାନ ବଜାର ବନ୍ଦ ରହିବ । ସ୍ଥିତିକୁ ନଜରରେ ରଖି ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି । ମହାରାଷ୍ଟ୍ର-ଗୋଆ ସୀମାରେ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ।ନୋଏଡାରେ ଆଉ ନୂଆ ୨ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । 

କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଭାରତ ସରକାର ୩୨ ୟୁରୋପୀୟ ଦେଶମାନଙ୍କ ଉପରେ କଟକଣା ଜାରି କରିଛନ୍ତି । ଏହିସବୁ ୟୁରୋପୀୟ ଦେଶମାନଙ୍କରୁ ଯାତ୍ରୀ ଆଣିପାରିବେ ନାହିଁ ବିମାନ । ଆସନ୍ତା ୧୮ ତାରିଖ ସନ୍ଧ୍ୟା ୫ଟା ୩୦ରୁ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।

ୟୁରୋପୀୟ ସଂଘର ସମସ୍ତ ରାଷ୍ଟ୍ର ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ସଦସ୍ୟ ରାଷ୍ଟ୍ର ଉପରେ ଏହି କଟକଣା ଲାଗୁ ହେବ । ଏସବୁ ୟୁରୋପୀୟ ଦେଶମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

   Related Posts