ପୁରୀରେ ତୃତୀୟ ରଥଯାତ୍ରା ସମନ୍ବୟ କମିଟି ବୈଠକ ଆରମ୍ଭ
13/06/2019 at 11:36 AM

ପୁରୀ ୧୩|୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ଲାଗି ଆଜି ପୁରୀରେ ବସିଛି ତୃତୀୟ ସମନ୍ବୟ କମିଟି ବୈଠକ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେଉଛି । ବିଭିନ୍ନ ବିଭାଗର ପଦାଧିକାରୀ ଓ ସେବାୟତଙ୍କ ସହ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯିବ । ବିଶେଷ କରି ସ୍ବାସ୍ଥ୍ୟ, ପରିମଳ, ଗମନାଗମନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ।