Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ଭାଇରସ ଟ୍ରାନ୍ସମିଶନକୁ ନେଇ କନଫ୍ୟୁଜ କି ? ଜାଣନ୍ତୁ ସଂକ୍ରମଣ କେବେ ବ୍ୟାପିଥାଏ ଓ କେତେବେଳେ ବ୍ୟାପି ନଥାଏ

12/06/2020 at 2:52 PM

ନୂଆଦିଲ୍ଲୀ ୧୨/୦୬ : ଭାଇରସ ସଂକ୍ରମଣର ମୁଖ୍ୟ କାରଣ ଆମେ ସମସ୍ତେ ଜାଣିଛୁ | ଜଣେ ବ୍ୟକ୍ତିଙ୍କ ଡ୍ରପ୍ଲେଟ ଦ୍ୱାରା ସଂକ୍ରମଣ ହୋଇଥାଏ | କିନ୍ତୁ ଏମିତି ବି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ସଂକ୍ରମଣର କୌଣସି ଲକ୍ଷଣ ଦେଖା ଦେଇନଥାଏ | ଏମିତି ଲୋକଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ କାଠିକର ପାଠ | ଏହିଭଳି ବ୍ୟକ୍ତିଙ୍କୁ Asymptomatic କୁହାଯାଏ | ଏହିଭଳି ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ବିପଦ ରହିଥାଏ |

Asymptomatic ଅର୍ଥାତ ସଂକ୍ରମଣ ନୁହେଁ କିନ୍ତୁ କମ ମାତ୍ରାରେ ସଂକ୍ରମଣ ହୋଇଥାଏ ଯାହାକୁ ଚିହ୍ନଟ କରିବା ସହଜ ନୁହେଁ | ଆଉ କିଛି ସଂକ୍ରମିତ pre-symptomatic ହୋଇଥାନ୍ତି | ଏମାନେ ସାମାନ୍ୟ ରୋଗାକ୍ରାନ୍ତ ହୋଇଥାନ୍ତି ଏବଂ ଅସୁସ୍ଥ ଅନୁଭୂତ କରିଥାନ୍ତି | ଏମାନଙ୍କ ଦ୍ୱାରା ଭାଇରସ ବ୍ୟାପିବାର ବିପଦ ଥାଏ କିନ୍ତୁ ସଂକ୍ରମଣ ବିକଶିତ ହୋଇନଥାଏ |

ଅନେକ ଲୋକଙ୍କ ମାମଲାରେ ଦେଖିବାକୁ ମିଳିଛି , ୩ ଦିନ ପୂର୍ବରୁ ଯେଉଁମାନଙ୍କ କରୋନା ଲକ୍ଷଣ ନଥାଇ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ଏହିଭଳି ସଂକ୍ରମିତ ରୋଗୀ ବହୁତ ବିପଦଜନକ | ଏହିଭଳି ବ୍ୟକ୍ତି ଅନ୍ୟ କାହା ନିକଟକୁ ଯାଇ ବଡ ପାଟିରେ କଥାବାର୍ତ୍ତା କରିବା କିମ୍ବା ପାଟିକରିବା ଦ୍ୱାରା ଶ୍ୱାସନଳୀରେ ଥିବା ଭାଇରସ ବାହାରକୁ ବାହାରି ଅନ୍ୟମାନଙ୍କୁ ସଂକ୍ରମିତ କରିଥାଏ |

କିଛି ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି କିନ୍ତୁ ଆଉ କିଛି ଦେଶରେ ହ୍ରାସ ପାଇଛି | ତେବେ ସାମାଜିକ ଦୂରତା ହେଉ କିମ୍ବା ଅନ୍ୟ ନିୟମ ପାଳନ କରି ହେଉ ସଂକ୍ରମଣ ଠାରୁ କିଭଳି ସୁରକ୍ଷିତ ରହିବାର ଅଛି ତାହା ଆମକୁ ନିଶ୍ଚୟ କରିବାକୁ ହେବ | ସଂକ୍ରମିତ ବ୍ୟକ୍ତିଙ୍କୁ କ୍ଵାରେଣ୍ଟାଇନରେ ରଖିବା କିମ୍ବା ତାଙ୍କୁ ସହଯୋଗ କରିବା ତାହା ନିଜକୁ ନିଶ୍ଚିତ କରିବାକୁ ହେବ ଯେଭଳି ଭବିଷ୍ୟତରେ ଲକଡାଉନ ସମ୍ଭାବନା ଏଡାଇ ଦିଆଯାଇପାରିବ | ଏହିଭଳି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବା ହିଁ ଏକମାତ୍ର ସୁନିଶ୍ଚିତ ଉପାୟ | ସେଥିପାଇଁ କମ ଲୋକଙ୍କୁ ସାକ୍ଷାତ କରିବା, ସାମାଜିକ ଦୂରତା ପାଳନ କରିବା, ମାସ୍କ ଲଗାଇବା, ସଫାସୁତୁରା ରହିବ ଆବଶ୍ୟକ |

   Related Posts