Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ରାତିରେ ମହିଳାମାନେ କରିଥାନ୍ତି ଏମିତି କିଛି କାମ ଯାହା ସମଗ୍ର ପରିବାରକୁ ପକାଇଥାଏ ଅସୁବିଧାରେ

2/01/2019 at 12:54 PM

ଘରେ ମହିଳାମାନେ ଏମିତି କିଛି କାମ କରନ୍ତି ଯାହା ଜଣା ଅଜଣାରେ ଭୁଲ ହୋଇଥାଏ। ତେବେ ଏହା ପରିବାର ପାଇଁ କ୍ଷତିକାରକ ହୋଇଥାଏ। ଏହାର ପ୍ରଭାବ ଘର ଲୋକଙ୍କ ସ୍ୱାସ୍ଥ ଏବଂ ଆର୍ଥିକ ସ୍ଥିତି ଉପରେ ପଡିଥାଏ। ଜାଣନ୍ତୁ ଏମିତି କିଛି କାର୍ଯ୍ୟ ଯାହା ମହିଳା ମାନେ ରାତିରେ କରିବା ଅନୁଚିତ୍।

୧.ସୂର୍ଯ୍ୟଅସ୍ତ ପରେ ଘରଲୋକଙ୍କ ଛଡା ବାହାରର କେହି ଦହି ମାଗିଲେ ଦହି ଦିଆଯାଏ ନାହିଁ। କେହି ସ୍ତ୍ରୀ ଲୋକ ଏମିତି କଲେ ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି।

୨.ରାତିରେ ଶୋଇବା ପୂର୍ବରୁ ରଷେଇ ଘର ସଫା କରିବା ଉଚିତ୍। କାରଣ ଏମିତି କରିବା ଦ୍ବାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଏ।
୩.ଅଇଁଠା ବାସନ ରାତିରେ ଶୋଇବା ପୂର୍ବରୁ ଧୋଇ ରଖିବା ଉଚିତ୍। ଅଇଁଠା ବାସନ ରାତିରେ ରୋଷେଇ ଘରେ ରହିଲେ ଘରେ ଅଶାନ୍ତି ହୋଇଥାଏ। ଘର ଲୋକଙ୍କ ସ୍ୱାସ୍ଥ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ଏହା ସହ ଅଇଁଠା ବାସନ ରାତିରେ ରହିଲେ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଆଜିକାଲି ଅଧିକାଂଶ ଘରେ ମହିଳାମାନେ ଚାକର ଚାକରାଣିଙ୍କ ଦ୍ବାରା ଘରର ସବୁ କାମ କରାନ୍ତି। ତେଣୁ ଘରର ବାସନ ସଫା କରିବା ମଧ୍ୟ ସେମାନଙ୍କ ଉପରେ ନିର୍ଭର କରେ। ଏହି ପରିସ୍ଥିତିରେ ଚାକରାଣିଙ୍କ ଉପରେ ନିର୍ଭର ନକରି ରାତିରେ ଶୋଇବା ପୂର୍ବରୁ ବାସନ ଧୋଇଦେବା ଉଚିତ୍।
୪. ସାଧାରଣତଃ ମହିଳାମାନେ ରାତିରେ ନିଜର ସୁବିଧା ପାଇଁ କେଶ ଖୋଲି ଶୋଇବାକୁ ଭଲ ପାଆନ୍ତି। ତେବେ ରାତିରେ କେଶ ଖୋଲି ଶୋଇବା ଅନୁଚିତ୍। କାରଣ କେଶ ଖୋଲି ଶୋଇଲେ ଘରେ ନକରାତ୍ମକ ଶକ୍ତି ସଂଚାର ହୁଏ।
୫.ଘରେ ରାତିରେ ଶୋଇବା ପୂର୍ବରୁ ଟିକେ ଟିକେ ସୈନ୍ଧବ ଲବଣ ଓ କଳା ଲୁଣ ଖବରକାଗଜରେ ରଖି ସବୁ କକ୍ଷରେ ରଖିବା ଭଲ ବୋଲି କୁହାଯାଏ। ସପ୍ତାହରେ ଥରେ ଏହି ପ୍ରକ୍ରିୟାର ପାଳନ କରିବା ଉଚିତ୍। ପ୍ରଥମେ ସକାଳେ ଉଠି ଏହାକୁ ଏକା ସହ ଗୋଟେ ଅପରିଷ୍କାର ନାଳରେ ଫିଙ୍ଗିଲେ ଘରେ ଥିବା ନକରାତ୍ମକ ଶକ୍ତି ବାହାରିଯାଏ।

   Related Posts