ଗୁରୁବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ ; ନଚେତ ଭୋଗିବାକୁ ପଡିପାରେ ପରିଣାମ

Published By : Prameya-News7 Bureau | January 31, 2019 IST

ଭୁବନେଶ୍ୱର ୩୧/୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ୱ ରହିଛି | କିନ୍ତୁ ଗୁରୁବାରର ସ୍ୱତନ୍ତ୍ର ମହତ୍ୱ ରହିଛି | ଜ୍ୟୋତିଷଙ୍କ କହିବାନୁଯାୟୀ ଗୁରୁବାର ସମ୍ବନ୍ଧ ବୃହଷ୍ପତ୍ତି ଗ୍ରହଙ୍କ ସହ ରହିଛି | ଗୁରୁବାରକୁ ନାରାୟଣଙ୍କ ବାର ମଧ୍ୟ କୁହାଯାଇଥାଏ | ଗୁରୁବାରକୁ ସାଇ ବାବାଙ୍କ ବାର ବୋଲି ମଧ୍ୟ ବିଚାର କରାଯାଏ | ବୃହଷ୍ପତ୍ତି ଗ୍ରହ ଅନ୍ୟ ଗ୍ରହ ତୁଳନାରେ ବିଶିଷ୍ଟ ଗ୍ରହ ବୋଲି ବିଶ୍ୱାସ ରହିଛି | ସେଥିପାଇଁ ଗୁରୁବାର ଦିନ ଭୁଲରେ ମଧ୍ୟ ଏଭଳି କିଛି କାମ କରିବା ଉଚିତ ନୁହେଁ ଯାହା ଦ୍ୱାରା ନିଜର କିମ୍ବା ପରିବାରର ଅମଙ୍ଗଳ ହୋଇଥାଏ | ମହିଳାମାନେ ଏଭଳି ଭୁଲ କଲେ ସ୍ୱାମୀ ଏବଂ ସନ୍ତାନଙ୍କ ଆୟୁ କମିଯାଇଥାଏ କିମ୍ବା କୌଣସି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ |

{"id":80182,"width":586,"height":497}


ଜ୍ୟୋତିଷଶାସ୍ତ୍ର ଅନୁସାରେ, ମହିଳାଙ୍କ ଜନ୍ମ କୁଣ୍ଡଳିରେ ବୃହଷ୍ପତ୍ତି ଗ୍ରହ ସ୍ୱାମୀ ଏବଂ ସନ୍ତାନଙ୍କ କାରକ ଗ୍ରହ ହୋଇଥାଏ | ଏହାର ଅର୍ଥ ଗୁରୁ ଗ୍ରହ ସନ୍ତାନ ଏବଂ ସ୍ୱାମୀଙ୍କ ଜୀବନକୁ ପ୍ରଭାବିତ କରିଥାନ୍ତି | ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କେଉଁ କାମ କରିବା ଅନୁଚିତ :


ଗୁରୁବାର ଦିନ ମହିଳାମାନେ ଚୁଟି କାଟିବା କିମ୍ବା ତେଲ ଲଗାଇବା କିମ୍ବା ସାମ୍ପୁ କରିବା ଅନୁଚିତ | ଗୁରୁବାର ଦିନ ମହିଳାମାନେ ଚୁଟି କାଟିଲେ, କିମ୍ବା ସାମ୍ପୁ କଲେ ବୃହଷ୍ପତ୍ତି ଦୁର୍ବଳ ହୋଇଥାନ୍ତି | ଯାହାଫଳରେ ସ୍ୱାମୀ ଏବଂ ସନ୍ତାନଙ୍କ ଉନ୍ନତିରେ ବାଧା ଉପୁଜିଥାଏ | ବୃହଷ୍ପତ୍ତି ଗ୍ରହକୁ ଜୀବ ମଧ୍ୟ କୁହାଯାଇଥାଏ | ଗୁରୁବାର ଦିନ ନଖ କାଟିଲେ କିମ୍ବା ପୁରୁଷମାନେ ଦାଢ଼ି କ୍ଷର ହେଲେ ଗ୍ରହ ଦୁର୍ବଳ ହୋଇଥାଏ | ଜୀବନ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ |

{"id":80184,"width":577,"height":384}


ଗୁରୁବାର ଦିନ ଘର ପୋଛା ପୋଛି କିମ୍ବା ଧୋଇବା ଅନୁଚିତ | ଅଧିକ ଓଜନିଆ କପଡା ସଫା କରିବା କିମ୍ବା କବାଡି ଜିନିଷ ଘରୁ ବାହାର କରିବା ଦ୍ୱାରା ସନ୍ତାନଙ୍କ ଶିକ୍ଷା, ଘରର ଅନ୍ୟ ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ |

{"id":80185}


ଗୁରୁବାର ଦିନ ମା'ଲକ୍ଷ୍ମୀଙ୍କୁ ଅଣଦେଖା କରିବା ଅନୁଚିତ | ଯେହେତୁ ଗୁରୁବାର ନାରାୟଣଙ୍କ ପ୍ରିୟ ବାର ସେଥିପାଇଁ ଗୁରୁବାର ଦିନ ଉଭୟ ମା'ଲକ୍ଷ୍ମୀ ଏବଂ ନାରାୟଣଙ୍କ ପୂଜା ଏକାସଙ୍ଗେ କଲେ ଶୁଭ ଫଳ ମିଳିଥାଏ | ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହେ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ | ଏହାଦ୍ୱାରା ଧନ-ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.