ସାଧାରଣ ଜନତାଙ୍କ ପାଇଁ ଆଶ୍ବସ୍ତି : କମିପାରେ ବ୍ରେଡ୍, ବିସ୍କୁଟ୍ ଓ ମଇଦାରୁ ତିଆରି ସାମଗ୍ରୀର ଦାମ୍

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧/୦୭ : ବ୍ରେଡ, ବିସ୍କୁଟ ଓ ମଇଦାରେ ତିଆରି ଅନେକ ସାମଗ୍ରୀର ଦାମ ବହୁତ ଜଲ୍ଦି ହ୍ରାସ ପାଇପାରେ | ଗତ ଗୋଟିଏ ମାସ ହେଲା ଗହମ ଦାମ କମିଯାଇଛି | ଦିଲ୍ଲୀରେ ଗହମ କ୍ୱିଣ୍ଟାଲ ପ୍ରତି ଏମଏସପି ରୁ ବହୁତ କମ ୧୮୭୦-୧୯୭୫ ଟଙ୍କାରେ ବିକ୍ରି ହେଉଛି | ଚାହିଦା ହ୍ରାସ ପାଇଥିବାବେଳେ ଉତ୍ପାଦନ ବୃଦ୍ଧି ପାଇଥିବାରୁ ଦାମ ହ୍ରାସ ପାଇଛି | ଲକଡାଉନ ମଧ୍ୟରେ ଏହା ଏକ ଆଶ୍ବସ୍ତିକର ଖବର | କାରଣ ଗହମ ଦାମ କମିଲେ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିବ |

{"id":308256,"width":567,"height":353,"sizeSlug":"large"}

ସରକାର ଚଳିତ ବର୍ଷ ଗହମ କ୍ୱିଣ୍ଟାଲ ପ୍ରତି ଏମଏସପି ୧୯୨୫ ଟଙ୍କା ରଖିଛନ୍ତି | ଗତ ଗୋଟିଏ ମାସରେ ଗହମ ଦାମ ୧୨୫ ରୁ ୧୫୦ ଟଙ୍କା ହ୍ରାସ ପାଇଛି | ଫଳରେ ଗହମ ୧.୫ ଟଙ୍କା ଓ ଅଟା ୨ ଟଙ୍କା ଶସ୍ତା ହୋଇଛି | ଚଳିତ ବର୍ଷ ୧୦୬.୨୧ ମିଲିୟନ ଟନ ଗହମ ଉତ୍ପାଦନ ହେବ | ଏହା ଗତ ବର୍ଷ ତୁଳନାରେ ୩ ଲକ୍ଷ ଟନ ଅଧିକ | କରୋନା ଓ ଲକଡାଉନ ଯୋଗୁଁ ହୋଟେଲ, ମିଲ ଓ ବ୍ୟାକେରିରୁ ଚାହିଦା ବହୁତ ହ୍ରାସ ପାଇଛି |

{"id":308260,"sizeSlug":"large"}

ସରକାର ସାଧାରଣ ଲୋକଙ୍କୁ ରାସନରେ ଗହମ ଦେଉଛନ୍ତି | ଚଳିତ ବର୍ଷ ଏଫସିଆଇ ୪୦ ଲକ୍ଷ ମିଲିୟନ ଟନ ଅଧିଗ୍ରହଣ କରିଛି | କୃଷି ଏବଂ ମୂଲ୍ୟ ଆୟୋଗ (Commission for Agricultural Costs and Prices) ସୁପାରିଶ ଅନୁଯାୟୀ ମୋଦି ସରକାର ଖରିଫର ୧୪ ଫସଲକୁ ସର୍ବନିମ୍ନ ସମର୍ଥନ ମୂଲ୍ୟ ବୃଦ୍ଧି କରିଛନ୍ତି | ପଞ୍ଜାବରେ ପାଖାପାଖି ୧.୪ କୋଟି ଟନ ଗହମ କିଣାଯିବାକୁ ଅନୁମାନ କରାଯାଉଛି | ମଧ୍ୟ ପ୍ରଦେଶରେ ୧ କୋଟି ଟନ, ହରିୟାଣାରେ ୭୫ ଲକ୍ଷ ଟନ ଓ ଉତ୍ତର ପ୍ରଦେଶରେ ୫୫ ଲକ୍ଷ ଟନ ଗହମ କିଣିବାକୁ ଯୋଜନା ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.