ଗ୍ରାସୀମ ଇଣ୍ଡଷ୍ଟ୍ରିରେ ଷ୍ଟିମ୍‌ ପାଇପ୍‌ ଫାଟିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁୁଜିଲେ ଜଣେ ଠିକା ଶ୍ରମିକ, କ୍ଷତିପୂରଣ ଦାବି

Published By : Prameya-News7 Bureau | October 09, 2020 IST

ଖଲ୍ଲିକୋଟ୯/୧୦: ଗୁରୁତର ଅବସ୍ଥାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରେ ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିରେ ଗତ ତିନିଦିନ ତଳେ ଷ୍ଟିମ୍‌ ପାଇପ୍‌ ବେଲ ଫାଟି ଜଣେ ଇଞ୍ଜିନିୟରଙ୍କ ସମେତ ୨ ଠିକା ଶ୍ରମିକ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଗଞ୍ଜାମ ଏନଏସି ପୁଇଁତୋଳା ଗ୍ରାମର ମନୋଜ ରାଉଳ (ଶଙ୍କର ) ଅନ୍ୟ ଜଣେ ଗୁରୁତର ଆହତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।

ତେବେ ଦୁର୍ଘଟଣା ପରଠାରୁ ଶ୍ରମିକଙ୍କୁ କ୍ଷତି ପୂରଣ ଦାବି ନେଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲେ । କମ୍ପାନୀର ଉଚ୍ଚ କର୍ତ୍ତୁପକ୍ଷ, ଜିଲ୍ଲା ପ୍ରଶାସନ, ଶ୍ରମିକଙ୍କ ମଧ୍ୟରେ ବୈଠକ ବସିବା ପରେ କମ୍ପାନୀ ଦାବି ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଧାରଣାରୁ ଓହରିଥିଲେ। ବୈଠକ ପରେ କମ୍ପାନୀ କର୍ତ୍ତୁପକ୍ଷ ୧୨ ଲକ୍ଷ ଟଙ୍କା ପରିବାର ଜଣକୁ ଚାକିରୀ ଦେବା ସହ ଚିକିତ୍ସାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.