କୁକୁର ବେକରେ ଛୁରି ଲଗାଇ ପରିବାର ଲୋକଙ୍କୁ ଧମକ ଦେଲା ଚୋର: ଶେଷରେ ଠାକୁରଙ୍କ ଜିନିଷ ଧରି ଚାଲିଗଲେ

Published By : Prameya-News7 Bureau | November 03, 2020 IST

ଭଦ୍ରକ୩/୧୧:  ଘରର ବାହାରୁ କବାଟ ବନ୍ଦ କରି ଅନ୍ୟ ଏକ ଘରର ଖିଡିକି ଭାଙ୍ଗି ଘରେ ପଶିଲେ ଚୋର। ଚୋରି କରିବା ଲାଗି କିଛି ପାଇଲେ ନାହିଁ। ଶେଷରେ କୁକୁର ମୁହଁକୁ ଜାବୁଡି ଧରି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଜିନିଷ ମାଗିଲେ। କିଛି ନ ପାଇବାରୁ ଶେଷରେ ବାଧ୍ୟ ହୋଇ ଚାଲିଗଲେ ଚୋର।

{"id":355506,"sizeSlug":"large"}

ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଚରମ୍ପା କଣ୍ଟାପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ଶଙ୍କର ରଙ୍ଗାଙ୍କ ଘରୁ ଗତ ୧୦ ଦିନ ତଳେ ୩ ଗୋଟି ମୋବାଇଲ ଫୋନ ଚୋରି ହୋଇଥିଲା। ବିଳମ୍ବିତ ରାତିରେ ପୁଣି କେତେ ଜଣ ଦୁର୍ବୃତ୍ତ ଶଙ୍କର ରଙ୍ଗାଙ୍କ ଘର ଭିତରେ ପଶି ବାହାରୁ କବାଟ ବନ୍ଦ କରି ଦେଇଥିଲେ। ଅନ୍ୟପଟେ ଅନ୍ୟ ଏକ ଘରର ଖିଡିକି ଭାଙ୍ଗି ଘର ଭିତରକୁ ପଶି ଥିଲେ।

{"id":355507,"sizeSlug":"large"}

ପରବେସ ରଙ୍ଗାଙ୍କ ରୁମ ସାମ୍ନାରେ ବନ୍ଧା ହୋଇଥବା କୁକୁରର ମୁହଁକୁ ଜାବୁଡି ଧରିବା ସହ କବାଟ ଖୋଲିବା ପାଇଁ ମାରଣାସ୍ତ୍ର ଦେଖାଇ ଧମକ ଦେଇଥିଲେ। ପରବେସ କବାଟ ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ ଚାଲି ଯାଇଥିଲେ। ଯିବା ସମୟରେ ଠାକୁର ଘରୁ ଚାନ୍ଦି କଏନ ସହ , ଠାକୁରଙ୍କ ଛତ୍ରୀ ଏବଂ ଗ୍ରାଇଣ୍ଡର ଲୁଟି ନେଇଥିଲେ। ଘରର ଲୋକେ କବାଟ ଖୋଲି ବାହାରକୁ ଆସିପାରି ପାରି ନଥିଲେ। ଦୁର୍ବୃତ୍ତମାନେ ମାସ୍କ ପିନ୍ଧି ଯାଉଥିବା ସମୟରେ ଝରକା ପଟେ ପରିବାର ଲୋକେ ଦେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.