Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଗୀର୍ଜାରେ ୧୬ ଶହ ଶତାବ୍ଦୀର ମୂଲ୍ୟବାନ ରାଜ ମୁକୁଟ ଏବଂ ଅଳଙ୍କାର ଚୋରି

2/08/2018 at 10:57 AM

ସ୍ୱିଡେନ୍ର ଏକ ଗୀର୍ଜାରେ ସଂରକ୍ଷିତ ୧୬ ଶହ ଶତାବ୍ଦ୍ଦୀର ମୂଲ୍ୟବାନ ରାଜ ମୁକୁଟ ଏବଂ ଅଳଙ୍କାର ଚୋରି । ଏହି ମୂଲ୍ୟବାନ ଅଲଙ୍କାର ଚୋରି କରି ସ୍ପିଡ୍ ବୋଟ୍ରେ ଫେରାର ହୋଇଗଲେ ଲୁଟେରା । ଏପରି ଦୁଃସାହସିକ ଚୋରିଟି ଷ୍ଟକହୋମଠାରୁ ୬୦ କିଲୋମିଟର ଦୂର ସହର ଷ୍ଟ୍ରାଙ୍ଗନାସ୍ର ଏକ ଚର୍ଚ୍ଚରେ ଘଟିଛି । ଚର୍ଚ୍ଚରେ ୧୬ ଶହ ଶତାବ୍ଦୀରେ ରାଜୁତି କରୁଥିବା ରାଜା କାର୍ଲ ନବମ ଏବଂ ରାଣୀ କ୍ରିଷ୍ଟିନାଙ୍କ ମୁକୁଟ, ଦୁଇଟି ସ୍ବର୍ଣ୍ମ ବାଡି ଲଏବଂ ମୁକୁଟ ପ୍ରଦର୍ଶୀତ ହେଉଥିଲା । ସ୍ୱର୍ଣ୍ମ ନିର୍ମିତ ମୁକୁଟ ଦୁଇଟିରେ ସ୍ପଟିକ, ମୁକ୍ତା ଆଦି ଅନେକ ଦୁର୍ମୂଲ୍ୟ ପଠର ଲାଗିଛି । ଚୋର ଗୀର୍ଜାରେ ପଶି ପ୍ରଦର୍ଶୀତ କାଚ ବାକ୍ସ ଭାଙ୍ଗି ମୁକୁଟ ସହ ସେହି ସବୁ ସଂପତ୍ତି ଲୁଟି ନେଇଛନ୍ତି ।ସୁରକ୍ଷା ଆଲାରାମ ବାଜି ଥିଲେ ମଧ୍ୟ ହ୍ରଦ ଘେରା ଅଞ୍ଚଳକୁ ସ୍ପିଡ୍ ବୋଟ୍ ସହାୟତାରେ ଅତିକ୍ରମ କରି ଖସିଯାଇଛନ୍ତି ଦୁର୍ବୃତ୍ତ । ତେବେ ଚୋରମାନେ ତାହାକୁ ନଷ୍ଟ କରିଦେବା କିମ୍ବା ବିଦେଶ ଚାଲାଣ କରିବା ଆଶଙ୍କା ରହିଛି । ଏହି ସଂପତ୍ତିକୁ ସ୍ୱୀଡେନ ସରକାର ରାଷ୍ଟ୍ରିୟ ସଂପତ୍ତି ଘୋଷଣା କରିଥିବାରୁ ତାହାକୁ ଲୁଟେରାମାନେ ସ୍ୱିଡେନ୍ରେ ବିକ୍ରି କରିପାରିବେ ନାହିଁ । ତେବେ ଏ ନେଇ ଇଣ୍ଟରପୋଲକୁ ମଧ୍ୟ ସୂଚନା ଦିଆଯାଇଥିବା କହିଛନ୍ତି ସ୍ୱିଡେନ୍ ପୋଲିସର ଜଣେ ବରିଷ୍ଠ ପଦାଧିକାରୀ ।

   Related Posts