ସାଉଦି ରାଜକୁମାରୀଙ୍କ ପ୍ୟାରିସ୍ ଘରୁ ୫ କୋଟି ୨୭ ଲକ୍ଷ ଟଙ୍କାର ବିଳାସପୂର୍ଣ୍ଣ ସାମଗ୍ରୀ ଚୋରି

Published By : Prameya-News7 Bureau | November 07, 2020 IST

ପ୍ୟାରିସ ୦୭/୧୧ : ସାଉଦି ରାଜକୁମାରୀଙ୍କ ପ୍ୟାରିସ ସ୍ଥିତ ବାସଭବନରୁ ଲକ୍ଷାଧିକ ୟୁରୋ ମୂଲ୍ୟର ଉଚ୍ଚମାନର ସାମଗ୍ରୀ ଚୋରି ହୋଇଛି। ୪୭ ବର୍ଷ ବୟସ୍କ ରାଜକୁମାରୀ ଗତ ଅଗଷ୍ଟ ମାସରୁ ସେଠାରେ ପାଦ ଦେଇନାହାନ୍ତି। ରାଜକୁମାରୀ ଜାଣିବାକୁ ପାଇଛନ୍ତି ଯେ ଚୋରି ହୋଇଥିବା ବ୍ୟାଗରେ ଲକ୍ଷାଧିକ ମୂଲ୍ୟର ଗହଣା, ଘଣ୍ଟା ଆଦି ଥିଲା ଯାହାର ମୂଲ୍ୟ (€600,000 )ପାଖାପାଖି ୫ କୋଟି ୭୨ ଲକ୍ଷ ଟଙ୍କା। ରାଜକୁମାରୀଙ୍କ ନାଁ ଏଠାରେ ପ୍ରକାଶ କରାଯାଇନାହିଁ | ତେବେ ଏତେ ମୂଲ୍ୟର ସାମଗ୍ରୀ ଚୋରି ହୋଇଥିବା ନେଇ ସେ ମାନସିକ ରୂପେ ଆହତ ହୋଇଛନ୍ତି ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜକୁମାରୀ ଏବେ ସୁଦ୍ଧା ପଦେ ହେଲେ କଥା କହିନାହାନ୍ତି।

{"id":357684,"sizeSlug":"large"}

ଚୋରମାନେ ବଳ ପ୍ରୟୋଗ ନକରି ସହଜରେ ଫ୍ରାନ୍ସର ରାଜଧାନୀର ମଧ୍ୟଭାଗରେ ଥିବା ହାଇ ଏଣ୍ଡ୍ ଆଭେନ୍ୟୁ ଜର୍ଜ ଭି ନିକଟରେ ଅବସ୍ଥିତ ଆପାର୍ଟମେଣ୍ଟରେ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି।

ଚୋରି ଜିନିଷ ମଧ୍ୟରେ ପ୍ରାୟ ୩୦ଟି Hermes ବ୍ୟାଗ,  ପ୍ରତ୍ୟେକ ବ୍ୟାଗର ମୂଲ୍ୟ ପାଖାପାଖି  €10,000 (୮ ଲକ୍ଷ ୭୮ ହଜାର) ଓ €30,000 (୨୬ ଲକ୍ଷ ୩୫ ହଜାର ), Cartier ଘଣ୍ଟା ଓ କିଛି ଗହଣା ରହିଛି।

ରାଜକୁମାରୀଙ୍କ ଓକିଲମାନେ ଏକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯାହା ପ୍ୟାରିସ ପୋଲିସ ଦ୍ୱାରା ଖୋଲିଛନ୍ତି ଯାହା ପ୍ୟାରିସ ପୋଲିସର ସ୍ୱତନ୍ତ୍ର ଗ୍ୟାଙ୍ଗ ଦ୍ୱାରା ପରିଚାଳିତ।

{"id":357670,"sizeSlug":"large"}

ଲେ ପ୍ୟାରିସେନ୍ ଖବରକାଗଜ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରୁ ରାଜକୁମାରୀଙ୍କ ବାସଭବନରେ ରହି ଆସୁଥିବା ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ, ଘରର ଆଉ ଏକ ଚାବି ନିଖୋଜ ଅଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏବେ ସୁଦ୍ଧା ମାମଲାରେ କୌଣସି ଖୁଲାସା ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.