କାରରେ ଉତ୍ତରପ୍ରଦେଶ ସରକାର ଲେଖି ଆରାମରେ ଚୋରି କରି ପୋଲିସକୁ ଭଣ୍ଡାଉଥିଲେ ଦୁଇ ଚୋର

Published By : Prameya-News7 Bureau | January 07, 2019 IST

ପ୍ରୟାଗରାଜ ୭/୧ : ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ଘୁରପୁର ପୋଲିସ ରବିବାର ଇରାଦତଗଞ୍ଜ ଛକରେ ଏକ କାରକୁ ଅଟକାଇଥିଲା |  କାରରେ ବସିଥିଲେ ମୋବାଇଲ ଚୋର ଗ୍ୟାଙ୍ଗର ଦୁଇଜଣ ସଦସ୍ୟ | ପୋଲିସ କାର ଅଟକାଇ ଦୁଇଜଣଙ୍କୁ ପଚରାଉଚୁରା କରିବାପରେ ଗିରଫ କରିଥିଲା | ତାଙ୍କ ପାଖରୁ ପୋଲିସ ଦାମୀ ମୋବାଇଲ, ଟାବଲେଟ ଆଉ ୨ଟି ଲାପଟପ ଜବତ କରିଥିଲା | ସବୁଠାରୁ ଚାଞ୍ଚଲ୍ୟ ଘଟଣା ହେଲା ଏହି ଚୋରମାନେ କାରରେ ଉତ୍ତର ପ୍ରଦେଶ ସରକାର ଲେଖି ଲୋକଙ୍କ ଭଣ୍ଡାଉଥିଲେ | ପୋଲିସ ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି |

ଘୁରପୁର ଥାନା ପ୍ରଭାରୀ କହିଥିଲେ ଯେ, ଏକ ଚୋର ଗ୍ୟାଙ୍ଗ ସେହି ରାସ୍ତା ଦେଇ ଯାଉଥିବା ତାଙ୍କ ପାଖକୁ ଖବର ଆସିଥିଲା | ଖବରପାଇ ପୋଲିସ ଟିମ ଇରାଦତଗଞ୍ଜ ଛକରେ ପହଞ୍ଚିଥିଲା | ପୋଲିସ ଛକରେ ପହଂଚି ଚୋର ଗ୍ୟାଙ୍ଗକୁ ସେଠାରେ ଅପେକ୍ଷା କରିଥିଲା | ପୋଲିସ ଯେମିତି କାର ଛକ ଆଡକୁ ଆସୁଥିବା ଦେଖିଲା ତାଙ୍କୁ ଅଟକାଇ ପଚରାଉଚୁରା କରିଥିଲା | ତେବେ ମୋବାଇଲ ଚୋରି କରିଥିବା ଘଟଣା ଦୁଇଜଣ ସ୍ୱୀକାର କରିଥିଲେ | ସେମାନେ କହିଥିଲେ ଯେ, ଚୋରି ମୋବାଇଲ, ପାଲଟପ ସେମାନେ ନେଇ ସହରରେ ବିକ୍ରି କରିଦେଇଥାନ୍ତି | ପୋଲିସ କାର ଭିତରୁ ୧୭ଟି ଦାମୀ ମୋବାଇଲ, ଗୋଟିଏ ଟାବଲେଟ ଓ ଦୁଇଟି ଲାପଟପ ଜବତ କରିଥିଲା |

ଦୁଇ ଚୋର ହେଲେ ସହବାନ ସିଦ୍ଦିକି ଏବଂ ରାଜୁ ନାମଦେବ | ସେମାନେ ଯେଉଁ କାରରେ ବୁଲି ଚୋରି କରୁଥିଲେ ସେଥିରେ ଉତ୍ତରପ୍ରଦେଶ ସରକାର ଲେଖା ହୋଇଥିଲା | ଏହି କାରଣରୁ ସେମାନେ ଚୋରି କରି ପଳାୟନ କରିବାରେ ସଫଳ ହେଉଥିଲେ | ଯେହେତୁ ସରକାରୀ ଗାଡି ବୋଲି କେହି ଯାଞ୍ଚ କରୁନଥିଲେ ଏବଂ ସେମାନେ ସହଜରେ ଲୋକଙ୍କୁ ଏବଂ ପୋଲିସକୁ ଚକମା ଦେଇ ଚୋରି କରି ଫେରାର ହେଇଯାଉଥିଲେ |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.