ଲକ୍‌ଡାଉନ୍‌ରେ ଚୋରଙ୍କ ଉତ୍ପାତ: ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ

Published By : Prameya-News7 Bureau | April 17, 2020 IST

ବାଲିପାଟଣା୧୭/୪: ଲକଡାଉନ୍‌ ଭାଙ୍ଗି ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ମାତିଛନ୍ତି ଚୋର। କିଛିଦିନ ତଳେ ପାଲିପାଟଣା ଥାନା ବିଶୁନିଆପଡା ଗ୍ରାମରୁ ୫୦ ମେଣ୍ଢା ଚୋରୀ କରି ନେଇଥିଲେ ଦୁର୍ବୃତ୍ତମାନେ। ଲକଡାଉନ୍‌ରେ ଏତେ କଟକଣା, ପ୍ରତି ଛକରେ ପୋଲିସ ଥାଇ କିପରି ମେଣ୍ଢା ଚୋରୀ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।

{"id":255751,"sizeSlug":"large"}

ଏଭଳି ଘଟଣା ବାରମ୍ବାର ଘଟିବା ଯୋଗୁଁ ପୋଲିସ ଉପରୁ ଆସ୍ଥା ତୁଟେଇ ଦେଲେଣି ଲୋକେ । ପୁନର୍ବ।ର ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଞ୍ଚଳରୁ ସକାଳୁ ସକାଳୁ ଜଣେ ବୃଦ୍ଧାଙ୍କ ବେକରୁ ଚେନ୍ ଲୁଟ୍ କରି ନେଲେ ଦୁର୍ବୃତ୍ତ। ସକାଳୁ ବନମାଳିପୁର ଫାଣ୍ଡି ଅଧିନସ୍ଥ ଡେରାସାହି ଗ୍ରାମର ନିଶାମଣୀ ଦାସ ଫୁଲ ତୋଳିବାକୁ ଯାଇଥିଲେ । ଏହି ସମୟରେ ଦୁଇଜଣ ଲୁଟେରା ଏକ ବାଇକରେ ଆସି ନିଶାମଣୀଙ୍କ ବେକରୁ ସୁନା ଚେନ୍‌କୁ  ଝାମ୍ପି ନେଇଥିଲେ । ଆଖି ପିଛୁଳାକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏକ ସିସିଟିଭିରେ ଲୁଟେରା ମାନଙ୍କର ଭିଜୁଆଲ ରେକର୍ଡ ହୋଇଛି।

ସାରା ଅଞ୍ଚଳ ଲକ୍ ଡାଉନ୍ ଚାଲିଥିବା ବେଳେ କିପରି ଲୁଟେରାମାନେ ଲୁଟ୍ କରୁଛନ୍ତି ତାହାକୁ ସାଧାରଣ ଲୋକ ଗ୍ରହଣ କରିପାରୁ ନାହାନ୍ତି । ବନମାଳିପୁର ଫାଣ୍ଡି ଅଞ୍ଚଳରୁ ଅନେକ ଥର ଏଭଳି ଲୁଟ୍ ଘଟଣା ଘଟି ଚାଲିଛି । ଲୁଟ୍ ସହ ଅନେକ ମେଣ୍ଢା ମଧ୍ୟ ରାତି ଅଧରେ ଗୁହାଳରୁ ଚୋରି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.