ଚୋରଙ୍କର ବି ଅଛି ମାନବିକତା , କାର୍ ଚୋରୀକରି ନେଲେ ସିନା କିନ୍ତୁ ଘର ପାଖରେ ଛାଡ଼ି ଦେଇଆସିଲେ

Published By : Prameya-News7 Bureau | January 08, 2019 IST

ମେରଠ ୮/୧-ଚୋରଙ୍କର ବି ଅଛି ମାନବିକତା । ବାଟରୁ ସିନା ବନ୍ଧୁକ ଦେଖାଇ ଚୋରି କରିନେଲେ କାର୍ , କିନ୍ତୁ ରାତିରେ ଘରେ ନେଇ ଛାଡ଼ିଆସିଲେ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର ସାହିବାବାଦ ଇନ୍ଦିରାପୁରମ ଥାନା ଅଂଚଳରେ ।

ବସୁନ୍ଧରା ସେକ୍ଟର-୬ କୌଟଲ୍ୟ ଆପାର୍ଟମେଣ୍ଟରେ ରହୁଥିବା  ଜୟକୁମାର ତାଙ୍କ ମାଆଙ୍କୁ ନେଇ ରେଳଷ୍ଟେସନ ଯାଉଥିବା ସମୟରେ ଘଟିଛି ଏହି ଘଟଣା । ଜୟକୁମାର ଗୋଟିଏ ପ୍ରାଇଭେଟ କଂପାନୀର ଅପରେସନ ମେନେଜରଭାବେ କାର୍ଯ୍ୟ କରୁଥିଲେ । ଅଫିସକାମ ସାରି ନିଜ କ୍ରେଟା କାର୍ ଧରି ମାଆଙ୍କୁ ଛାଡ଼ିବାକୁ ଷ୍ଟସନ ଯାଉଥିଲେ । ବାଟରେ ଯିବା ସମୟରେ ବୁଦ୍ଧଛକ ଟ୍ରାଫିକ ପୋଷ୍ଟ ଆଗକୁ ଗାଡ଼ିରଖି ପରିସ୍ରା କରିବାକୁ ଯାଇଥିଲେ । ଏହି ସମୟରେ ୪ଜଣ ଅଜ୍ଞାତ ବନ୍ଧୁକଧାରୀ ମୁଣ୍ଡରେ ବନ୍ଧୁକ ଲଗାଇ କାର୍ ଭିତରେ ବସିପଡ଼ିଥିଲେ । ଜୟକୁମାରଙ୍କ ଠାରୁ ୪ଟି ମୋବାଇଲ, ପର୍ସ ନେଇଯାଇଥିଲେ । ଅଧିକ ପାଟିକଲେ କିମ୍ବା ଚାଲାକି ଦେଖାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।  

{"id":71859}

ଦୁବୃର୍ତ୍ତମାନେ କାରକୁ ନେଇ ମେରଠ ଆଡ଼କୁ ଯାଇଥିଲେ । ବାଟରେ ଗୋଟିଏ ପ୍ରେଟୋଲ ପମ୍ପରେ ତେଲ ମଧ୍ୟ ପକାଇଥିଲେ । ଏହିସବୁ ଘଟଣା ଦେଖି ଜୟକୁମାର ଓ ତାଙ୍କ ମାଆ କିଛି ନ କହି ଚୁପଚାପ ବସିଥିଲେ । ସେମାନେ ତାଙ୍କ ମାଆଙ୍କୁ ନେଇ ମଧ୍ୟ ଷ୍ଟେସନରେ ଛାଡ଼ିଥିଲେ ।

ସେମାନେ ଜୟକୁମାରଙ୍କ ଆଧାରକାର୍ଡ଼ ଫଟୋ ଉଠାଇ ନେବା ସହ ଫୋନ ନମ୍ବର ନେଇଥିଲେ । ରାତି ୧୦.୩୦ ବେଳକୁ ତାଙ୍କୁ ମେରଠ ବାଇପାସ ପାଖରେ ଛାଡ଼ିଦେଇଥିଲେ । ସେ ଚାଲିଚାଲି ଘରକୁ ଆସୁଥିବା ବେଳେ ପୋଲିସ ପିସିଆରଙ୍କ ଭେଟ ହେଲା । ଏବାବଦରେ ସବୁ କଥା କହିବା ପରେ ଇନ୍ଦିରାପୁରମ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଏହି ଦୁବୃର୍ତ୍ତମାନଙ୍କୁ ଖୋଜିବା ସହ ମାମଲା ରୁଜୁକରି ବିଭିନ୍ନ ସିସିଟିଭି ଫୁଟେଜ ଯାଂଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.