ଚୋରି କରି ଫେରୁଥିଲେ, ରାସ୍ତାରେ ଟ୍ରାକ୍ଟର ଥୋଇ ଧରି ପକାଇଲେ ଗାଁ ଲୋକେ

Published By : Prameya-News7 Bureau | September 12, 2020 IST

ଭଦ୍ରକ, ୧୨|୦୯:  ଚୋରି କରିବା ପଡିଲା ମହଙ୍ଗା । ଖସି ଆସୁଥିବା ବେଳେ ଧରିନେଲେ ଗାଁ ଲୋକେ ।  ଅନ୍ୟ ଜିଲ୍ଲାରୁ ଚୋରି କରି  ବାଇକରେ ଫେରୁଥିଲେ । ଗାଁ ଲୋକେ ଖବର ପାଇ ରାସ୍ତା ଉପରେ ଟ୍ରାକ୍ଟର ରଖି ଦୁଇଜଣଙ୍କୁ ଧରିନେଲେ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନାଆମୀ ପଞ୍ଚାୟତ ସୋଲପୁରା ଗାଁ ନିକଟରେ ।

ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ କେଉଁଝର ଜିଲ୍ଲା ଛେନାପଦୀ ଅଞ୍ଚଳରୁ ଲୁଟ କରି ଫେରିବା ବେଳେ ସ୍ଥାନୀୟ ଲୋକେ ଖବର ପାଇଥିଲେ । ଲୁଟେରା ମାନେ ବାଇକରେ ଦ୍ରୁତ ଗତିରେ ଆସୁଥିବା ଖବର ମିଳିଥିଲା । ସ୍ଥାନୀୟ ଲୋକେ ଏକ ଟ୍ରାକ୍ଟରକୁ ରାସ୍ତା ମଝିରେ ରଖିଦେଇଥିଲେ । ତେବେ ଲୁଟେରା ମାନେ ଟ୍ରାକ୍ଟରକୁ ପାର କରୁଥିବା ବେଳେ ଗାଁ ଲୋକେ ଧରିଥିଲେ ।

ଏହି ଖବର ପୋଲିସ ପାଖରେ ପହଁଚିଥିଲା । ଖବର ପାଇବା ପରେ ଭଣ୍ଡାରିପୋଖରୀ ପୋଲିସ ଦୁଇ ଲୁଟେରାଙ୍କୁ ଉଦ୍ଧାର କରିଛି । ତେବେ ଲୁଟେରା ଦୁଇ ଜଣଙ୍କ ସହ ବାଇକ ମିଳିଥିବା ବେଳେ ସେମାନେ ଲୁଟ କରିଥିବା ଟଙ୍କା କୁଆଡେ ଗଲା ସେ ନେଇ ନନ୍ଦିପଦା ପୋଲିସ ଗାଁରେ ଖୋଲତାଡ଼ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.