ଏହି ଗାଁର କୌଣସି ଘରୁ ଚୋରୀ କଲେ ଚୋର ହୋଇଯାଏ ଅନ୍ଧ, ଜାଣନ୍ତୁ କେଉଁ ଗାଁ ଓ କାହିଁକି
8/01/2019 at 2:48 PM

ଜୟପୁର ୮|୧: ବିଭିନ୍ନତା ମଧ୍ୟରେ ଭାରତ ଏକ ସ୍ୱତନ୍ତ୍ର ଦେଶ। ଭାରତରେ ସବୁ ଧର୍ମର ଲୋକ ବାସ କରନ୍ତି। ଏହି କାରଣରୁ ଆମ ଦେଶରେ ଅନେକ ଏମିତି ଘଟଣା ଘଟେ ଯାହା ଆଚମ୍ୱିତ କରିଥାଏ। କିନ୍ତୁ ଏମିତି କିଛି ପୁରୁଣା ପରମ୍ପରା ଅଛି ଯାହାକୁ ଲୋକେ ଆଜି ମଧ୍ୟ ବିଶ୍ୱାସ କରନ୍ତି। ଜାଣନ୍ତୁ ଗୋଟେ ଗାଁର ଅଦ୍ଭୁତ ରହସ୍ୟ ବିଷୟରେ। ପ୍ରତି ବର୍ଷ ଏହି ଗାଁର ଲୋକମାନେ ବର୍ଷରେ ଥରେ ବନବାସ ଯାଆନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ, ଲୋକମାନେ ନିଜ ଘରେ ତାଲା ପକାଇ ଯାଆନ୍ତି ନାହିଁ।

ଆଧୁନିକ ମଣିଷ ଏଭଳି ଧାରଣାକୁ କେବଳ ଅନ୍ଧବିଶ୍ବାସ ବୋଲି କହିଆସିଛି। କିନ୍ତୁ ଏହା ପୂର୍ଣ୍ଣ ଭାବେ ସତ। ଏଠାରେ ଘର ଦ୍ୱାର ଖୋଲା ଥିଲେ ମଧ୍ୟ ଚୋରୀ ହୁଏ ନାହିଁ। ବିହାର, ବଗହା ଜିଲ୍ଲାରେ ଥିବା ଗାଁ ନୌରଂଗିୟା ଅନ୍ୟ ଗାଁଠାରୁ ଖୁବ ଅଲଗା।

ଦୀର୍ଘ ୨୦୦ ବର୍ଷରୁ ଏହି ଅଦ୍ଭୁତ ପରମ୍ପରାକୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧା ସହ ପାଳନ କରାଯାଏ। ଗାଁ ନୌରଂଗିୟାରେ ପାଖା ପାଖି ୮୦୦ ଘର ଅଛି। ରୀତି ନୀତି ଅନୁସାରେ ପ୍ରତି ବର୍ଷ, ଗାଁର ପ୍ରତ୍ୟେକ ସଦସ୍ୟ ବନବାସ ଯାଆନ୍ତି। ବୈଶାଖ ମାସରେ ବନ ଦେବୀଙ୍କୁ ପୂଜା କରିବା ପାଇଁ ଲୋକେ ଜଂଗଲକୁ ଯାଆନ୍ତି ଏବଂ ପୁରା ଦିନ ସେଇଠାରେ ରୁହନ୍ତି ବୋଲି କୁହାଯାଏ। ସାମୂହିକ ରୂପରେ ବନଦେବୀଙ୍କୁ ପ୍ରାର୍ଥନା କରାଯାଏ। ଗାଁର ଶୁଭକାମନା ଓ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ମାଁଙ୍କୁ ପୂଜା କରାଯାଏ। ତାଲା ପଡିନଥିବା ଘରୁ ଚୋରୀ ହେଲେ ଚୋରୀ କରିଥିବା ଲୋକ ଅନ୍ଧ ହୋଇଯାଏ ବୋଲି ଲୋକଙ୍କ ବିଶ୍ୱାସ। ଏହି କାରଣରୁ କୌଣସି ଘରେ ତାଲା ପଡେ ନାହିଁ।