Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଘରେ କେହି ନଥିବା ବେଳେ ପଶିଥିଲେ ଚୋର, ଧରାପଡି ନିର୍ଧୁମ ଛେଚା ଖାଇଲେ

25/07/2019 at 9:58 AM

ନୟାଗଡ ୨୫|୭: ଚୋରି କରିବାକୁ ଆସି ଛେଚା ଖାଇଲେ ଯୁବକ । ନୟାଗଡ ଫତେଗଡ ଥାନା ବାଇଗୁଣିଆ ଗାଁରେ ଘଟିଛି ଏହି ଘଟଣା । ତା ସହ ଥିବା ଅନ୍ୟ ୩ ଜଣ ଚୋର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଗାଁର ପଠାଣି ନନ୍ଦଙ୍କ ଘରେ ଚୋରି କରୁଥିବା ବେଳେ ଏମାନେ ଧରା ପଡିଯାଇଥିଲେ । ପଠାଣି ନନ୍ଦଙ୍କ ଘର ଲୋକେ ଭୁବନେଶ୍ବର ଆସିଥିବା ବେଳେ ଏହାର ସୁଯୋଗ ନେଇ ଚୋରି କରିବାକୁ ଉଦ୍ୟମ କରିଥିଲେ ଚୋର । ପଡୋଶୀ ଘର ଲୋକେ ଏହା ଜାଣିପାରି ପାଟି କରିଥିଲେ । ଘଟଣାସ୍ଥଳରୁ ୩ ଜଣ ଚମ୍ପଟ ହୋଇଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ମାଡ ମାରିଥିଲେ ଲୋକେ । ଅଟକ ଚୋରକୁ ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମାରେ ଦେଇଥିଲେ ଲୋକେ ।

ତେବେ ଆଜି ସକାଳୁ ଘର ଲୋକେ ପହଞ୍ଚିଥିବା ବେଳେ ୨୦ହଜାର ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

   Related Posts