ପୋଲିସ ଘରେ କଳା କନା ବୁଲାଇଲେ ଚୋର, ଲୁଟି ନେଲେ ସୁନାଗହଣା ଓ ଟଙ୍କା

Published By : Prameya-News7 Bureau | November 10, 2021 IST

ଚଣ୍ଡିଖୋଲ  ୧୦।୧୧: ସାଧାରଣ ଲୋକଙ୍କ କଥା ଛାଡନ୍ତୁ ପୋଲିସ ଘରୁ କଳା କନା ବୁଲାଇଲେ ଚୋର। କେବଳ ଜଣେ ନୁହେଁ ଦୁଇ ଦୁଇ ଜଣ ପୋଲିସଙ୍କ ଘରୁ ଚୋର ଲୁଟିନେଲେ ସୁନାଗହଣା ଓ ଟଙ୍କା। ଏମିତି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଗାଁରେ। । ଜାରକା ନିକଟ ଜାମୁବଣିଆ ମୌଜାରେ ରହୁଥିବା ଜଣେ ପୋଲିସ ଅଧିକାରୀଙ୍କ ଅନୁପସ୍ଥିତିରେ ଚୋର ମାନେ ଘରେ ସୁନା ଗହଣା  ଟଙ୍କା ଲୁଟି ନେଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଘରୁ ଚୋରି ହୋଇ ଥିବା ଅଭିଯୋଗ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ୫ ଜଣଙ୍କ ଘରୁ ଚୋର ମାନେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏହା ମଧ୍ୟରେ ଜାରକା ନିକଟ ଜାମୁବଣିଆ ମୌଜାରେ ରହୁଥିବା ଜଣେ ପୋଲିସ ଅଧିକାରୀଙ୍କ ଅନୁପସ୍ଥିତିରେ ଚୋର ମାନେ ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସେହିପରି କୁମାରୀ ସ୍ଥିତ ଆଉ ଜଣେ ପୋଲିସ ଅଧକାରୀଙ୍କ ଘରେ ଚୋର ମାନେ ପଶି ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି।

ସେହିପରି ଦେଉଳି ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଶିକ୍ଷୟତ୍ରୀଙ୍କ ଘରେ ମଧ୍ୟ ଚୋର ମାନେ କଳାକନା ବୁଲାଇଛନ୍ତି।  ଏହି ଭଳି ବିଭିନ୍ନ ସ୍ଥାନରୁ  ପାଞ୍ଚ ଜଣଙ୍କ ଘରୁ ଚୋରି ହୋଇ ଥିବା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ଧର୍ମଶାଳା ପୋଲିସ ସନ୍ଧାନୀ କୁକୁର ନେଇ ପହଁଚି ଏହାର ଛାନବିନ ଚଳାଇଛି। ତେବେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଦିନକୁ ଦିନ ବଢିଚାଲି ଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥା ରେ ରହିଛନ୍ତି। ଏ ନେଇ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବା ସହ ଘଟଣା ର ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.