Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୂର୍ବତନ ସାଂସଦଙ୍କ ଘରୁ ୭୦ ଲକ୍ଷ ଚୋରି, ନକଲି ଚାବିରେ ଚୋର ଖୋଲିଥିଲା ଆଲ୍‌ମାରୀ

17/11/2020 at 5:06 PM

ନୂଆଦିଲ୍ଲୀ ୧୭/୧୧: ଚୋରର ଅଜବ କାରନାମା। ଡର ଭୟ ଭୁଲି ଜଣେ ପୂର୍ବତନ ସାଂସଦଙ୍କ ଘରେ ବୁଲାଇଦେଲା କଳା କନା। ନଗଦ ୩୫ ଲକ୍ଷ ଟଙ୍କା ସହ ପାଖାପାଖି ସେହି ଦାମର ସୁନା ଗହଣା ବି ଚୋରି କରିନେଲା ଚୋର। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ବାଲିୟରରେ।

ଗ୍ବାଲିୟରର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ରାମସେବକ ସିଂହ ଗୁର୍ଜର ବାବୁଜୀଙ୍କ ଘରୁ ରବିବାର ରାତିରେ ଲକ୍ଷ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଗ୍ବାଲିୟର ସହର ପାଖ​‌ରେ ଥିବା ମାଧବ ନଗର ବାସଭବନରୁ ଚୋରି ହୋଇଛି। ତେବେ ଏନେଇ ସୋମବାର ସୂଚନା ମିଳିଛି।

ଚୋର ନକଲି ଚାବି ସାହାଯ୍ୟ​‌ରେ ଲକରରେ ଥିବା ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୩୫ ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଛି। ପୂର୍ବତନ ସାଂସଦ ପରିବାର ସହ ବାହାରକୁ ଯାଇଥିବା ବେଳେ ଚୋର ନିଜର ଲକ୍ଷ୍ୟ ହାସଲ କରିଛି।

ଯେମିତି ଚୋରି ନେଇ ଖବର ପ୍ରଚାର ହେଲା ସଂଗେସଂଗେ ଅତିରିକ୍ତ ଏସ୍‌ପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ କଂଗ୍ରେସ ନେତାଙ୍କ ଘରେ ପହଞ୍ଚିଥିଲେ। ତେବେ ଝାନ୍ସି ରୋଡ୍‌ ଥାନା ପୋଲିସ ମାମଲାର ଯାଞ୍ଚ କରୁଥିବା ଜଣାପଡ଼ିଛି।

   Related Posts