Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଚୋରର ମଣିଷ ପଣିଆ ! କାର ସହ ପିଲାକୁ ନେଇଯାଇଥିଲା, ୟୁ-ଟର୍ଣ୍ଣ ନେଇ ଆସି ମା’କୁ ଦେଲା ଦାୟିତ୍ବ ଜ୍ଞାନ

19/01/2021 at 8:48 PM

ନୂଆଦିଲ୍ଲୀ ୧୯/୦୧: ଚୋରର ମଣିଷ ପଣିଆ !  କାର ସହ ଚୋରାଇ ନେଇଥିବା ପିଲାକୁ ଫେରାଇଲା ଚୋର। ଛୁଆକୁ ଫେରାଇ ଚୋର ମା’କୁ ଦେଲା ଦାୟିତ୍ବ ଜ୍ଞାନ। ମିଳିଥିବା ସୂଚନା ଅନୁସାରେ ଚୋରଟି ପ୍ରକୃତରେ କାର ଚୋରି କରିବାକୁ ଆସିଥିଲା। କାର ନେଇ ଯାଉଥିବା ବେଳେ ସେଥିରେ ଏକ ଛୋଟ ପିଲା ଥିବା ଦେଖିବାକୁ ପାଇଥିଲା। ସଂଗେସଂଗେ ୟୁ-ଟର୍ଣ୍ଣ ନେଇ କାର ଚୋରି କରିଥିବା ସ୍ଥାନରେ ପହଞ୍ଚିଥିଲା। ଚୋର ଛୋଟ ପିଲାକୁ ମା’କୁ ଦେଇ ଜଣେ ମା’ର ପିଲା ପ୍ରତି କର୍ତ୍ତବ୍ୟ କଣ ହେବା ଦରକାର ସେନେଇ ଜ୍ଞାନ ଦେଇଥିଲା ବୋଲି ପୋଲିସ କହିଛି।

ଘଟଣାଟି ଆମେରିକାର ଓରେଗନରେ ଘଟିଛି। ପୋଲିସ ଅନୁଯାୟୀ, ଜଣେ ମହିଳା ପୋର୍ଟଲାଣ୍ଡରେ ଥିବା ଏକ ଗ୍ରୋସରି ସପକୁ ଆସିଥିଲେ। ତେବେ କାରରେ ନିଜର ୪ ବର୍ଷର ପିଲାକୁ ବସାଇ ସେ କିଣାକିଣି କରିବାକୁ ଦୋକାନ ଭିତରକୁ ଯାଇଥିଲେ। କାରକୁ ଅନ୍‌ଲକ କରି ମହିଳାଜଣଙ୍କ ପୁଣିଥରେ ଦୋକାନ ଭିତରକୁ ଅନ୍ୟ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ। ତେବେ ଏହି ସମୟର ସୁଯୋଗ ନେଇ କାର ନେଇ ଛୁ ମାରିଥିଲା ଚୋର।

କିଛି ବାଟ ଗଲା ପରେ କାରରେ ଛୋଟ ପିଲା ଥିବା ଜାଣିବାକୁ ପାଇଥିଲା ଚୋର। ହଠାତ ଗାଡ଼ି ୟୁ-ଟର୍ଣ୍ଣ କରି ପୁଣି ଗ୍ରୋସରି ଦୋକାନ ସାମ୍ନାକୁ ଆସିଥିଲା। ମହିଳାଙ୍କୁ ପିଲାକୁ ହସ୍ତାନ୍ତର କରି ପିଲା ପାଳିବା ସମ୍ପର୍କରେ କିଛି ଜ୍ଞାନ ଦେଇଥିଲା ଚୋର। ଗାଡ଼ି ଭିତରୁ ପିଲାକୁ ନେବାକୁ ମା’କୁ କହିବା ସହ ପୁଣି ଥରେ ଗାଡ଼ି ନେଇ ଗାଏବ ହୋଇଗଲା ଚୋର।

ତେବେ କାର ଭିତରେ ରହିଯାଇଥିବା ଶିଶୁ ଶରୀରରେ ସାମନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ମହିଳାଙ୍କ ପାଖରୁ ଅଭି​‌ଯୋଗ ପାଇବା ପରେ ପୋଲିସ କାରକୁ ମଧ୍ୟ ଜବତ କରିଛି। ଚୋରଟି ଛୋଟ ପିଲାଟିକୁ ଫେରାଇ ଦେଇଥିବାରୁ ପିଲାର ମା ଆଶ୍ବସ୍ତ ହୋଇଥିଲେ। ଜଣେ ମା ଭାବରେ ଅନେକ କର୍ତ୍ତବ୍ୟ ରହୁଛି। ତରବରିଆ ଭାବେ ଗାଡ଼ିକୁ ଖୋଲା ରଖି ମୁଁ କିଛି କିଣିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଗଲା ବୋଲି ପିଲାର ମା’ କ୍ରିଷ୍ଟାଲ ଲେରି କହିଛନ୍ତି।

   Related Posts