ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଲା ଚୋର

Published By : Prameya-News7 Bureau | June 13, 2019 IST

ପଟ୍ଟାମୁଣ୍ଡାଇ ୧୩|୬: ଥାନାରୁ ଚମ୍ପଟ ମାରିଲା ଚୋର । କେନ୍ଦ୍ରାପଡା ଆଳି ଥାନାରେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି ଚୋର । ଗତକାଲି ରାତିରେ ଶାସନ ଗାଁରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରିଥିଲେ ଗ୍ରାମବାସୀ । ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ତେବେ ଚୋର ଛୁ ମାରିବା ପଛରେ ପୋଲିସର ଅବହେଳାରୁ ଦାୟୀ କରିଛନ୍ତି ଲୋକେ ।

ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଗୋପାଳପୁର ଶାସନ ଗାଁରୁ ସୌମ୍ୟ ରଞ୍ଜନ ସାହୁଙ୍କ ବାଇକ୍ ଚୋରି କରି ନେଉଥିବା ସମୟରେ ଧରାପଡିଥିଲେ ଚୋର । ତେବେ ସୌମ୍ୟ ରଞ୍ଜନ ଓ ସିଙ୍ଗିରି ଗାଁର କିଛି ଗ୍ରାମବାସୀଙ୍କ ସହଯୋଗରେ ଚୋରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ତେବେ କୌଶଳ କ୍ରମେ ୪ ଜଣଙ୍କ ମଧ୍ୟରୁ ୩ ଜଣ ଚମ୍ପଟ ମାରିଥିବା ବେଳେ ଜଣେ ଚୋର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ ମୁଲବସନ୍ତ ଗାଁର କିରଣ ସେଠି ଧରପଡିଲେ ତେବେ ଗ୍ରାମବାସୀ କିରଣକୁ ଧରି ଆଳି ଥାନାରେ ଜିମା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.