ମନ୍ଦିରର ତିନି ଦ୍ଵାରା ଭାଙ୍ଗିଲେ, କିନ୍ତୁ ଅଧିକ ଚୋରି କରି ନପାରି ଫେରିଲେ ଚୋର, ଠାକୁରଙ୍କ ହୁଣ୍ଡି ମଧ୍ୟ ସୁରକ୍ଷିତ

Published By : Prameya-News7 Bureau | November 20, 2020 IST

ଭଦ୍ରକ ୨୦।୧୧: ମନ୍ଦିର ଲୁଟିବା ପାଇଁ ଆସିଥିଲେ, ବାଡ ଡେଇଁ ମନ୍ଦିରର ମୁଖ୍ୟ ଗ୍ରୀଲର ତାଲା ଭାଙ୍ଗିଲେ। ଭିତରେ ଥିବା ତିନି କବାଟ ମଧ୍ୟ ଭାଙ୍ଗିଲେ। ମନ୍ଦିର ପରିସରରେ ଥିବା ପ୍ରଥମ ଠାକୁରଙ୍କ ଗୃହରୁ ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଓ ହାର ମଧ୍ୟ ନେଲେ । ତାପରେ ଅନ୍ୟ ମନ୍ଦିର ଭିତରକୁ ପଶି ପାରିଲେ ନାହିଁ କି କୌଣସି ଜିନିଷ ଲୁଟି ପାରିଲେ ନାହିଁ । ଏମିତି କି ହୁଣ୍ଡି ମଧ୍ୟ ଅକ୍ଷତ ଅବସ୍ଥାରେ ରହିଛି । ଏମିତି ଘଟଣା ଦେଖିବାକୁ ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଇପୁର ପଞ୍ଚାୟତ ବାବୁରି ଗାଁରେ।

{"id":365062,"sizeSlug":"large"}

ସୂଚନା ଅନୁଯାୟୀ ଚୋର ମାନେ ବିଳମ୍ବିତ ରାତିରେ ବାବୁରି ଗାଁର ସ୍ଵପ୍ନେଶ୍ଵର ମନ୍ଦିର , ଜଗନ୍ନାଥ ମନ୍ଦିର ଓ ମା ବୁଢୀ ଜଗୁଲାଇଙ୍କ ମନ୍ଦିର ଗୋଟିଏ ପରିସରରେ ସ୍ଥାପିତ ହୋଇଛି। ପୂଜକଙ୍କ ସୂଚନା ମୁତାବକ ସନ୍ଧ୍ୟା ଆଳତି ପରେ ମନ୍ଦିରରେ ପହଡ ପଡିଥିଲା । ସକାଳୁ ଆସିବା ବେଳକୁ ଦେଖିଥିଲେ ଯେ ମନ୍ଦିର ମୁଖ୍ୟଦ୍ଵାରର ତାଲା ତଳେ ପଡିଛି। ପରେ ମନ୍ଦିର ଗୁଡିକର ଦ୍ଵାରା ଖୋଲା ଥିବା ବେଳେ ରାଧା ଗୋବିନ୍ଦ ଓ ମା ସୁଭଦ୍ରାଙ୍କ ଅଳଙ୍କାର ନଥିବା ଦେଖିବାକୁ ମିଳିଥିଲା ।

{"id":365063,"sizeSlug":"large"}

ପରେ ଗ୍ରାମବାସୀ ଖବର ପାଇ ଆସିଥିଲେ। ଦେଖିବା ବେଳକୁ ସ୍ଵପ୍ନେଶ୍ଵର ମହାଦେବଙ୍କ ମନ୍ଦିର ଦ୍ଵାରା ଭାଙ୍ଗିଥିଲେ ମଧ୍ୟ କୌଣସି ଅଳଙ୍କାର ଓ ଅନ୍ୟ ଆସବାବପତ୍ର ଚୋରି ହୋଇନଥିଲା । ଠାକୁରଙ୍କ ହୁଣ୍ଡି ମଧ୍ୟ ସୁରକ୍ଷିତ ଥିଲା । ପରେ ଧାମନଗର ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଧାମନଗର ପୋଲିସ ମନ୍ଦିରକୁ ଆସି ତଦନ୍ତ ଆରମ୍ଭ କରିଛି । ଭଙ୍ଗାଯାଇଥିବା ତାଲାକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.