ଦୋକାନରୁ ଚୋରି ହୋଇଗଲା ୪୫ ହଜାର ଟଙ୍କାର ଫୋନ୍, ଚଳାଇ ନପାରିବାରୁ ଫେରାଇଦେଲା ଚୋର

Published By : Prameya-News7 Bureau | September 07, 2020 IST

ବର୍ଦ୍ଧମାନ ୦୭/୦୯: ମୋବାଇଲ୍‌ ଫୋନ ଯାହାକି ଏବେ ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ମୋବାଇଲ୍‌ ଫୋନ ମାଧ୍ୟମରେ ଆମର କାର୍ଯ୍ୟ ସବୁ ସହଜରେ ହୋଇପାରୁଛି । କିନ୍ତୁ ଯେତେବେଳେ ସେହି ଫୋନଟି ଚୋରି ହୋଇଯାଏ ୟୁଜର ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଏ । ପ୍ରାୟତଃ ଚୋରି ଫୋନ୍‌ ମିଳିବା ମୁସ୍‌କିଲ୍‌। ଏପରିକି ଥାନାରେ ଅଭିଯୋଗ କଲେ ମଧ୍ୟ ଚୋରି ଫୋନ ମିଳିବା କଷ୍ଟ ।

 କିନ୍ତୁ ଥରେ ଚିନ୍ତା କଲେ ଯେତେବେଳେ ଚୋର ନିଜେ ଫୋନ ଫେରାଇବା ପାଇଁ କହିବ ତେବେ କଣ ହେବ ? ସେମିତି ଏକ ଘଟଣା ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଘଟିଛି । ଜଣେ ବ୍ୟକ୍ତି ନିଜର ୪୫ ହଜାର ଟଙ୍କାର ଏକ ଫୋନ୍ ମିଠା ଦୋକାନରେ ଛାଡ଼ିଆସିଥିଲେ । ପରେ ଖୋଜିବା ପରେ ଫୋନ ମିଳିନଥିଲା । ଫୋନ୍‌ଟି ଚୋରି ହୋଇଯାଇଥିଲା ।

 ପରେ ଅନ୍ୟ ଏକ ଫୋନରୁ ସେହି ମୋବାଇଲ୍‌କୁ କଲ କରିବାରୁ ତାହା ସ୍ବିଚ୍‌ଅଫ୍‌ ଦେଖାଇଥିଲା । କିନ୍ତୁ କିଛି ଦିନ ପରେ ଫୋନ କରିବାରୁ ଫୋନ ରିଙ୍ଗ ହେବା ସହ ଚୋରି କରିଥିବା ଯୁବକ ଫୋନ ଫେରାଇବ ବୋଲି କହିଥିଲା । କାରଣ ହେଉଛି ଯେ, ସେ ଦାମୀ ଫୋନ ଚଳାଇବାରେ ବିଫଳ ହେଉଛି । ଫୋନ ନଚଳାଇବାରୁ ଫୋନଟି ଫେରାଇଥିଲା ଚୋର ।

 ଫୋନ ଫେରିପାଇବା ପରେ ଚୋର ନାଁରେ କୌଣସି ମାମଲା କରିବାକୁ ମନାକରିଥିଲେ ଫୋନ ୟୁଜର। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.