ଚୋରି କରିବାକୁ ଆସି ବଦଳିଗଲା ଚୋର : ଅନୁତାପ କଲା, ତା ଭିତରେ ଜାଗି ଉଠିଲା ଦେଶାତ୍ମବୋଧ, କାନ୍ଥରେ ଲେଖି ଦେଇଗଲା ତାର ଭାବନା

Published By : Prameya-News7 Bureau | February 20, 2020 IST

କୋଚି ୨୦| ୦୨- ଚୋରି କରିବାକୁ  କବାଟ ତାଡ଼ି ଘରେ ପଶିଲା, କିନ୍ତୁ ହଠାତ୍‌ ଏକ ଜିନିଷ  ଉପରେ ଆଖି ପଡିବା ମାତ୍ରେ ଭାବୁକ ହୋଇଗଲା ଚୋର ।ମନରେ ତାର ଦେଶାତ୍ମବୋଧ  ଜାଗ୍ରତ ହେଲା ଏବଂ  ତାହା ତାକୁ ବିବସ କରିଦେଲା ।  ସେ ତାର ଚୋରୀ ଅଭିଯାନକୁ ସେଇଠି ବଦଳାଇ ଦେଲା। କେବଳ ସେତିକି ନୁହେଁ  ସେ ତାର କାର୍ଯ୍ୟ ଲାଗି ଅନୁତାପ କଲା । ବାଇବେଲ୍‌ର  ଉକ୍ତି ଉଲ୍ଲେଖ କରି ସେ ଘର ମାଲିକଙ୍କୁ  କ୍ଷମା ପ୍ରାର୍ଥନା ବି କଲା । ସ୍ଥାନ ଛାଡିବା ଆଗରୁ କାନ୍ଥରେ ଲେଖିଦେଇଗଲା ତାର ଅନୁତାପ ସହ କ୍ଷମା ନିବେଦନ ।ଏପରି ଏକ ଘଟଣା ଘଟିଛି କେରଳର  କୋଚି ଅନ୍ତର୍ଗତ ଥିରୁବନକୁଲମରେ ।

 ବୁଧବାର ବିଳମ୍ବିତ ରାତିରେ ଏକ ଘରର ମୁଖ୍ୟ ଦରଜା ବାଙ୍ଗି ଘର ଭିତରେ ପଶିଥିଲା ଏକ ଚୋର । କିନ୍ତୁ ଭିତରେ ପଶିବା ପରେ ସେ ଜାଣିଲା ଯେ, ତାହା ଜଣେ ସେନା ଅଧିକାରୀଙ୍କ ଘର । ସେନା ଅଧିକାରୀଙ୍କ ସେନା ଟେପି ହିଁ ଚୋରର ନଜରକୁ ପ୍ରଥମେ ଆସିଥିଲା । ତାପରେ ସେନା ପୋଷାକ ।କାରଣ ଘରଟିର ମାଲିକ ଥିଲେ ଜଣେ ଅବସରପ୍ରାପ୍ତ  କର୍ଣ୍ଣେଲ । ତାଙ୍କ ପୋଷାକ ଦେଖି ନିଜ ଭୁଲ ଲାଗି ଚୋରଟି ଅନୁତାପ କରିଥିଲା । ତା ମନଭିତରେ ଦେଶାତ୍ମବୋଧସୃଷ୍ଟି ହୋଇଥିଲା । ସେ ସେଇଠି ତାର ଚୋରି ଅଭିଯାନକୁ ବାତିଲ କରିଦେଲା । ତେବେ  ସେ ମାତ୍ର ୧୫ ଶହ ଟଙ୍କା ସେଠାରୁ ପକେଟରେ  ପୁରାଇଲା ଏବଂ କିଛି ଅଲକହଲ (ମିଲିଟାରି ରମ୍) କଣ୍ଠାଗ୍ର କଲା । ସେନା ଅଧିକାରୀଙ୍କ ଘରବୋଲି ଜାଣିଥିଲେ କଦାପି ସେ ଭିତରେ ପଶି ନଥାନ୍ତା ସେ । ତେବେ ଟଙ୍କା ଏବଂ କିଛି ମଦ ପିଇବା ଲାଗି ମଧ୍ୟ ସେ ବାଇବଲର କଥା ଲେଖି କ୍ଷମା ମାଗିନେଲା ।ମାଲିକଙ୍କ ବିନା ଅନୁମତିରେ ତାଙ୍କ ଜିନିଷ ନେବା  ବାଇବେଲ୍‌ରେ ଦୋଷାବହ ବୋଲି ଲେଖିଛି  ଚୋର । ଘର ଛାଡି ଯିବା ପୂର୍ବରୁ କାନ୍ଥରେ ତାହା ଲେଖିଛି ।

ବାଇବେଲର  ଉକ୍ତିକୁ ଉଦ୍ଧାରକରି ସେ ତାର ଭୁଲ ଲାଗି ଅନୁତାପ କରି ଗୃହକର୍ତ୍ତା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ କ୍ଷମା  ମାଗିଛି  । ଏପରିକି ପଡିଶାରେ  ଥିବା ଏକ ଗାଡିପାର୍ଟ୍ସ ଦୋକାନରୁ ଚୋରି କରିଥିବା  କିଛି ଦସ୍ତାବିଜ୍‌କୁ ସେଠାରେ ଛାଡି ଯାଇଥିବା ଚୋରଟି ସେସବୁକୁ  ପ୍ରକୃତ ମାଲିକଙ୍କୁ ଫେରାଇବାକୁ ମଧ୍ୟ ଅନୁରୋଧ କରି କାନ୍ଥରେ ଲେଖିଛି ।ଏପରି ଦେଶାତ୍ମବୋଧ  ଚିନ୍ତାଧାରାର ଏବଂ ବାଇବେଲ୍  ଉପରେ ଭରସା ରଖୁଥିବା  ଚୋରର କାରନାମା ସଂପର୍କରେ ତା ପରଦିନ ସେହି ଘରର ଜଗାରଖାକାରି ଜାଣିବାକୁ ପାଇଲା । ସେ ଘର ସଫା ଲାଗି ଆସି ପହଞ୍ଚିବା ପରେ କବାଟ ଭଙ୍ଗା ହୋଇଥିବା ଦେଖି ପୋଲିସରେ ଖବର ଦେଇଥିଲା । ପୋଲିସ ଆସି ତଦନ୍ତ ସମୟରେ ଚୋର  କାନ୍ଥରେ ଲେଖିଥିବା କଥା ସବୁ ଦେଖିଥିଲେ । ଘର ମାଲିକ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ହୋଇଥିବା ବେଳେ ୨ ମାସ ହେବ ସେ ସପରିବାର ବାହାରିନ୍‌ରେ ଅବସ୍ଥାନ କରୁଛନ୍ତି ।ଘରେ କେହି ନଥିବା ସୁଯୋଗରେ ଚୋରଟି ସେଠାରେ ପଶିଥିବା ସିସିଟିଭି ଫୁଟେଜରୁ ଜଣା ପଡିଛି । ତେବେ ବେଶି ଚର୍ଚ୍ଚା ଚୋରର ଦେଶାତ୍ମବୋଧ ଏବଂ ବାଇବେଲ ଜ୍ଞାନକୁ ନେଇ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.