ଚୋରି କରିବାକୁ ଆସିଥିଲା ଚୋର, ଏସି ଲାଗିଥିବାରୁ ନିଦ ହୋଇଗଲା, ପାଣି ଛାଟି ଉଠାଇଲା ପୋଲିସ

Published By : Prameya-News7 Bureau | September 19, 2020 IST

ବିଶାଖାପାଟଣା, ୧୯ ।୦୯:    ଚୋରି କରିବାକୁ ଆସି ଫସିଗଲା ଚୋର । ଏସିର ଥଣ୍ଡା ପବନରେ ଚୋରକୁ ନିଦ ହୋଇଗଲା । ଏପରି ଏକ ଅଜବ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ । ଏଠାରେ ଏକ ଚୋରର କାରନାମା ଶୁଣିଲେ ଆପଣ ଚକିତ ହୋଇଯିବେ ।

ସୂଚନାନୁସାରେ, ପୂର୍ବ ଗୋଦାବରୀ ଜିଲ୍ଲାର ଗୋକଓ୍ୱାରମ ଜିଲ୍ଲାରେ ଘଟିଛି ଏହି ଘଟଣା । ୨୧ ବର୍ଷୀୟ ସୂରୀ ବାବୁ ଚୋରି କରିବା ପାଇଁ ଗାଁରେ ରହୁଥିବା ଭେଙ୍କଟ୍ ରେଡ୍ଡିଙ୍କ ଘରେ ରାତିରେ ପସିଥିଲେ । ଭେଙ୍କଟ ରେଡ୍ଡି ଏକ ପେଟ୍ରୋଲ ପମ୍ପର ମାଲିକ ଅଟନ୍ତି । ତେଣୁ ସୂରୀ ଭେଙ୍କଟଙ୍କ ଘରୁ ବଡ ରକମର ଟଙ୍କା ଚୋରି କରିବା ନେଇ ଲକ୍ଷ୍ୟ ରଖିଥିଲା ।

ସୂରୀ ଚୋରି କରିବାକୁ ଘରେ ପସିଥିଲେ ମଧ୍ୟ ଏସି ପବନ ତାକୁ ମତୁଆଲା କରିଥିଲା  । ଥଣ୍ଡା ପବନରେ ତାକୁ ନିଦ ହୋଇଯାଇଥିଲା । ତେବେ ଆଖି ଖୋଲିବା ବେଳକୁ ତା ଆଗରେ ପୋଲିସ ଠିଆ ହୋଇଥିଲା । ତେବେ ଅଭିଯୁକ୍ତ ସୂରୀ କରୋନା ପ୍ରକୋପ ପାଇଁ ମାସ୍କ ମଧ୍ୟ ପିନ୍ଧିଥିଲା ।

ଅଭିଯୁକ୍ତ ସୂରୀ କହିଛି ଯେ, ସେ ଅନେକ ଦିନ ଧରି ଭେଙ୍କଟଙ୍କ ଉପରେ ନଜର ରଖୁଥିଲା । ଏପରିକି ଚୋରି କଲେ ସେ କେବେ ଧରା ପଡିବ ନାହିଁ ବୋଲି ନିଶ୍ଚିତ ହୋଇଯାଇଥିଲା । ତେଣୁ ସେ ସେପ୍ଟେମ୍ବର ୧୨ ରାତି ୩ଟାରେ ଭେଙ୍କଟଙ୍କ ଘରେ ପସିଥିଲା । ସେହି ସମୟରେ ଭେଙ୍କଟ ନିଦରେ ଶୋଇଥିଲା । ସେଦିନ ସେ ନିଜେ ଅଧିକ କ୍ଲାନ୍ତ ଥିଲା । ତେଣୁ ଏସି ଲାଗିଥିବାରୁ ତାକୁ ନିଦ ଲାଗିଥିଲା । ଅଳ୍ପ ସମୟ ଶୋଇଲା ପରେ ଚୋରି କରିବ ଭାବି ଆରାମ କରିଥିଲା । କିନ୍ତୁ ତା ନିଦ ଆଉ ଭାଙ୍ଗି ନଥିଲା । ପୋଲିସ ଆସି ପାଣି ପକାଇ ନିଦରୁ ଉଠାଇଥିଲା ।

ଏହାପରେ ଭେଙ୍କଟ ସକାଳୁ ଉଠି ଚୋରକୁ ଦେଖିଥିଲେ । ସେ ବାହାହରକୁ ଆସି କୋଠରୀରେ ତାଲା ପକାଇ ପୋଲିସକୁ ଡାକିଥିଲେ । ପୋଲିସ ଆସି ଚୋରକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.